କେନ୍ଦୁଝର-ଯାଜପୁର ଡ୍ର, ଆରଏସପି ବିଜୟୀ
କେନ୍ଦୁଝର: କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଜାରି ରହିଥିବା ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟ ତୃତୀୟ ଦିବସରେ ପହଞ୍ଚôଛି । ଆଜି ପ୍ରଥମ ମ୍ୟାଚ୍ ଘରୋଇ କେନ୍ଦୁଝର ଏବଂ ଯାଜପୁର ମଧ୍ୟରେ ୨-୨ ଗୋଲ ବିନିମୟରେ ସମାପ୍ତ ହୋଇ ଖେଳ ଡ୍ର ରହିଛି । ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ପ୍ରଥମକ୍ଷର୍ଦ୍ଧର ୩୭ ମିନିଟରେ ଯାଜପୁର ୧-୦ ଗୋଲ୍ରେ ଅଗ୍ରଣୀ ରହିବା ପରେ ଦ୍ୱିତୀୟାର୍ଦ୍ଧର ୭୩ତମ ମିନିଟରେ ଦ୍ୱିତୀୟ ଗୋଲ୍ କରିଥିଲେ । ୭୫ତମ ମିନିଟରେ କେନ୍ଦୁଝର ଗୋଲ୍କୁ ପରିଶୋଧ କରିଦେଇଥିଲେ । ପରେ ଘରୋଇ ଦଳ ଅନ୍ୟ ଏକ ଗୋଲ ପରିଶୋଧ କରି ଖେଳକୁ ସମାନ ସ୍ତରକୁ ଆଣିଥିଲେ ।
ଦ୍ୱିତୀୟ ମ୍ୟାଚ୍ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅନୁଗୋଳ ଜିଲ୍ଲା ବିପକ୍ଷରେ ୪-୩ ଗୋଲରେ ବିଜୟୀ ହୋଇଛି । ଅତିଥି ଭାବେ ସଦର ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା, ଜିଲ୍ଲା ନିୟୋଜନ ଅଧିକାରୀ ଗଣେଶ୍ୱର ନାୟକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ବରୋଦା ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଂଯୋଜକ ଗଣେଶ୍ୱର ମହାନ୍ତ, ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ, ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ ସୁରେଶ ରଣା, ରାଜକୁମାର ମିଶ୍ର, ବୀରେନ୍ଦ୍ର ମହାନ୍ତ ଏବଂ ଗିରୀଶ ଚନ୍ଦ୍ର ହୋତା ପ୍ରମୁଖ ମଞ୍ଚାସୀନ ଥିଲେ ।