ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ
ତାଳଚେର : ତାଳଚେରରେ ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପ୍ରେଲ ୬ତାରିଖରେ ହେବାକୁ ଥିବା ବିଜେପି ପ୍ରତିଷ୍ଠା ଦିବସ ପାଳନ, ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମଦିବସ ଓ ସାଙ୍ଗଠନିକ ସରଞ୍ଚନା ଉପରେ ଆଲୋଚନା ହୋଇଥିଲା । ବିଜେପିର ପ୍ରତିଷ୍ଠା ଦିବସରେ ସବୁ କାର୍ଯ୍ୟକର୍ତ୍ତା ନିଜ ନିଜ ଘର ଉପରେ ବିଜେପି ପତାକା ଲଗାଇବା ସହ ସବୁ ବୁଥରେ ପ୍ରତିଷ୍ଠା ଦିବସ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏପ୍ରିଲ ୧୪ ତାରିଖ ଡ଼ଃ ଭୀମରାଓ ବାବା ସାହେବ ଆମ୍ବେଦକରଙ୍କର ଜୟନ୍ତୀ ସବୁ ବୁଥ ଓ ମଣ୍ଡଳସ୍ତରରେ ପାଳନ କରାଯିବ । ସ୍ୱଚ୍ଛ ଭାରତ, କାର୍ଯ୍ୟକ୍ରମ ମାଧ୍ୟମରେ ମନ୍ଦିର ସଫେଇ କରାଯିବ । ଉକ୍ତ ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ସାଂଗଠନିକ ଚର୍ଚ୍ଚା ଆଲୋଚନା କରିଥିଲେ ।