ମା’ ବିରଜାଙ୍କ ମହାଷ୍ଟମୀ ପାଳିତ

ଯାଜପୁର ଟାଉନ, ୨୯ା୯ : ସୋମବାର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ମହାସମାରୋହରେ ମହାଷ୍ଠମୀ ପାଳିତ ହୋଇଯାଇଛି । ପ୍ରାତଃ ସମୟରୁ ମା’ଙ୍କର ମହାଷ୍ଠମୀ ବେଶ ଦେଖିବା ପାଇଁ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗିରହିଥିଲା । ମହାଷ୍ଠମୀ ଦିନ ମା’ଙ୍କୁ ସ୍ୱର୍ଣ୍ଣବେଶରେ ସଜ୍ଜିତ କରାଯିବା ସହ ବିଭିନ୍ନ ଫୁଲରେ ସଜ୍ଜିତ କରାଯାଇଥିଲା । ମହାଷ୍ଠମୀ ସମୟରେ ମା’ଙ୍କୁ ଦର୍ଶନ କଲେ ବିଶେଷ ପୂଣ୍ୟ ଲାଭ ହୁଏ ବୋଲି ଭକ୍ତମାନଙ୍କର ମାନସିକ ଥିବାରୁ ମହାଷ୍ଠମୀ ସକାଳୁ ଭକ୍ତମାନେ ମନ୍ଦିର ପରିସରରେ ଭିଡ଼ ଲାଗି ରହିବାର ଦେଖିବାକୁ ମିଳିଥିଲା । ମହାଷ୍ଠମୀ ଦିନ ମା’ଙ୍କ ମନ୍ଦିରର ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ବଳୀ ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ ଫୁଲରେ ସଜ୍ଜିତ କରାଯିବା ସହ ମନ୍ଦିରକୁ ଆଲୋକମାଳରେ ସଜ୍ଜିତ କରାଯାଇଥିଲା । ସେହିପରି ମା’ଙ୍କର ରଥଯାତ୍ରା ମହାଷ୍ଠମୀ ଦିନ ଅଷ୍ଟମ ଦିନରେ ପହଁଚିଛି । ଦ୍ୱିତୀୟାଷ୍ଠମିରୁ ଆରମ୍ଭ ହୋଇଥିବା ବିଶେଷ ଷୋଡଶୋପ·ର ପୂଜା ଦିନ ଷୋଡ଼ଶ ଦିନରେ ପହଁଚି ଶେଷ ହୋଇଛି । ଆଜି ପ୍ରାତଃ ସମୟରୁ ଦଶାଶ୍ୱମେଧ ଘାଟ ବ୍ରାହ୍ମଣମାନଙ୍କ ଦ୍ୱାରା ଅଣାଯାଇଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯିବା ପରେ ମା’ଙ୍କୁ ସ୍ୱର୍ଣ୍ଣବେଶ କରାଯିବା ପରେ ନୈବିଦ୍ୟ ଅର୍ପଣ ହୋଇଥିଲା । ଅପରାହ୍ନରେ ବିଶେଷ ଷୋଡଶୋପ·ର ପୂଜା ଆରମ୍ଭ ହୋଇ ଯଜ୍ଞ ବେଦିରେ କଳସ ପୂଜା ହେବା ସହିତ ରଥରେ ବିଜେ ପ୍ରତିମାଙ୍କ ପୂଜା ସରିବା ପରେ ମା’ଙ୍କୁ ନୀତି ଲାଗି ପହୁଡ ହୋଇଥିଲା । ଅପରାହ୍ନରେ ମା’ଙ୍କର ପହଡ଼ ଖୋଲିବା ପରେ ମା’ଙ୍କର ଅଙ୍ଗଲାଗି ସେବାୟତ ଗର୍ଭଗୃହରୁ ମା’ଙ୍କର ଆର୍ଶବାଡି ଧରି ରଥରେ ବିଜେ ହେବା ପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିୟମ ଅନୁଯାୟୀ ପ୍ରତ୍ୟହ ଦିନ ମା’ଙ୍କର ସିଂହଧ୍ୱଜ ରଥ ଗୋଟେ ଥର ବେଢ଼ା ପରିକ୍ରମା କରୁଛି । ସନ୍ଧ୍ୟାରେ ରଥଟଣା ଶେଷ ହେବା ପରେ ମା’ଙ୍କର ଆଶ୍ରାବାଡି ଗର୍ଭ ଗୃହରେ ଅଙ୍ଗଲାଗି ସେବାୟତ ରଖିବା ପରେ ମା’ଙ୍କର ଆରତି ହୋଇଥିଲା । ସୋମବାର ଦିନ ପୁର୍ନବାର ସନ୍ଧ୍ୟା ସମୟରେ ବୈତରଣୀ ଜଳରେ ମହାସ୍ନାନ କରାଯିବା ପରେ ବେଶ ହୋଇ ନୈବିଦ୍ୟ ଅର୍ପଣ କରାଯାଇଥିଲା । ଅଷ୍ଟମୀ ତିଥି ଅନୁଯାୟୀ ମା’ଙ୍କର ଷୋଡଶୋପା·ର ପୂଜା ହେବା ସହିତ କଳସ ପୂଜା ହୋଇଥିଲା । ପଞ୍ଚମୀ ଦିନ ଠାରୁ ଆରମ୍ଭ ହୋଇଥିବା ଯଜ୍ଞ ମହାଷ୍ଠମୀ ଦିନ ପୂର୍ଣ୍ଣାହୁତି ହୋଇଥିଲା । ଷୋଳକଳସ ପୂଜା ମଧ୍ୟ ମହାଷ୍ଟମୀ ଦିନ ମଧ୍ୟ ଶେଷ ହୋଇଥିଲା । ରଥରେ ବିଜେ ପ୍ରତିମାଙ୍କର ଷୋଡଶୋପ·ର ହେବା ପରେ ମା’ଙ୍କୁ ନୀତି ଅର୍ପଣ କରାଯାଇ ମା’ଙ୍କୁ ପହଡ କରାଯାଇଥିଲା । ମା’ଙ୍କର ଷୋଡଶୋପା·ର ପୂଜା ଯଜ୍ଞ କାର୍ଯ୍ୟକ୍ରମ ଓ ରଥରେ ବିଜେପ୍ରତିମା ପୂଜା ଏବଂ ଷୋଳକଳସ ପୂଜାକୁ ମନ୍ଦିରର ପୁରୋଧା, ପୂଜକ ଓ ମା’ଙ୍କର ଶ୍ରୀ ଅଙ୍ଗଲାଗି ସେବାୟତ କାର୍ଯ୍ୟ ନିର୍ବାହ କରିଥିଲେ ।