ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
କୁଆଖିଆ : ବର୍ତମାନ ବିଦେଶୀ ଶରଣାର୍ଥୀଙ୍କୁ ଚିହ୍ନଟ କରାଯାଇ ଦେଶରୁ ବାହାର କରିବା ନେଇ ସରକାର କଡା ପଦକ୍ଷେପ ଗ୍ରହଣ କରୁଥିବା ବେଳେ, ରସୁଲପୁର ବ୍ଲକର ବାରବାଟୀ ପଞ୍ଚାୟତରେ କେତେକ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଘରଭଡା ନେଇ ଛଦ୍ମବେଶରେ ରହୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଅନୁପ୍ରବେଶକାରୀ ଉକ୍ତ ଅଂଚଳରେ ବ୍ୟକ୍ତି ବିଶେଷଙ୍କ ଘରଭଡା ନେଇ ଛଦ୍ମବେଶରେ ବେପାର ବଣିଜ ଆଳରେ ବିଭିନ୍ନ ଚୋରି, ଡକାୟତି ସହିତ ଅସାମାଜିକ କାର୍ଯ୍ୟକଳାପରେ ସମ୍ପୃକ୍ତି ନେଇ ପଞ୍ଚାୟତର ଧୀରେନ୍ ନାୟକ, ସୋମ୍ୟରଂଜନ ସାହୁ, ମହେଶ୍ୱର ସାହୁ, ବିଶ୍ୱଜିତ ନାୟକ, ପିତାମ୍ବର ସ୍ୱାଇଁ, ଜଗଦୀଶ ବାରିକ୍, ତ୍ରିଲୋଚନ ଦାସ, ଆକାଶ ସ୍ୱାଇଁ, ଦୁର୍ଯେ୍ୟାଧନ ନାୟକ, ନଣ୍ଡା ଦାସ, ଯୁଗଳ କିଶୋର ସାହୁ, ଅଭିମନୁ୍ୟ ନାୟକ, ପ୍ରକାଶ ବେହେରା, ସେକ୍ ଅମିର ଉଦ୍ଦିନ୍ ଏବଂ ରଞ୍ଜିତ କୁମାର ପତି ପ୍ରମୁଖ ଏନେଇ ଧର୍ମଶାଳା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଅଭିଯୋଗ କରିବା ସହିତ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିବା ଜଣାପଡିଛି । ତେବେ ଏସମ୍ପର୍କରେ ଯାଞ୍ଚ୍ କରାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁଲିସ ପକ୍ଷରୁ ପ୍ରତିଶ୍ରୁତି ମିଳିଛି ବୋଲି ଜଣାପଡିଛି । ତେବେ ବ୍ଲକ ଅଞ୍ଚଚଳର ଜାତୀୟ ରାଜପଥ ନିକଟବର୍ତୀ ଅଂଚଳ ମାନଙ୍କରେ ଅନୁପ୍ରବେଶକାରୀ ଏବେବି ଛଦ୍ମବେଶରେ ରହି ସେମାନଙ୍କ ବ୍ୟବସାୟ କରିବା ସହିତ ବିଭିନ୍ନ ଅପରାଧରେ ଲିପ୍ତ ରହୁଛନ୍ତି । ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।