ଡାକ ଓ ତାର ପେନସନଭୋଗୀଙ୍କ ବିକ୍ଷୋଭ : ଓପିଏସ୍ରେ ସମସ୍ତ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି

ବାଲେଶ୍ୱର :  ଡାକ ଓ ତାର ବିଭାଗର ପେନସନ ଭୋଗୀ ଏକତ୍ରିତ ହୋଇ କେନ୍ଦ୍ର ପେନସନ ଓ ତାର ସମନ୍ୱୟ ସଂଘର ପ୍ରତିବାଦ ସଭା ବାଲେଶ୍ୱର ପ୍ରଧାନ ଡାକଘର ଓ ବିଏସ୍ଏନ୍ଏଲ୍ ଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିରନ ରାଉତଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ, ଶାନ୍ତିପୂର୍ଣ୍ଣ ଭାବେ ସକାଳ ୧୦.୩୦ରୁ ୧୧.୩୦ ପର୍ଯ୍ୟନ୍ତ ହୋଇଥିଲା । ୨୫ ମାର୍ଚ୍ଚ ୨୦୨୫ରେ କେନ୍ଦ୍ରୀୟ ବେସାମରିକ ସେବା (ପେନ୍ସନ୍) ନିୟମ ତଥା ଭାରତ ସରକାରଙ୍କ ସମନ୍ୱୟ ପାଣ୍ଠିରୁ ପେନ୍ସନ୍ ଦେୟ, ବୈଧକରଣ ସମ୍ବନ୍ଧୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭାରତର ସମସ୍ତ ପେନ୍ସନ୍ ଭୋଗୀ ଭୟଭୀତ ହେବା ସହ ପେନସନ୍ର ଭବିଷ୍ୟତ ସ୍ୱରୂପକୁ ନେଇ ଅନେକ ଆଶଙ୍କା ପ୍ରକଟ କରିଛନ୍ତି । ପେନସନ୍ଭୋଗୀଙ୍କ ମଧ୍ୟରେ ଆଶଙ୍କା ଉପୁଜିବାର କାରଣ ହେଲା ଯେ ପ୍ରସ୍ତାବିତ ଅଷ୍ଟମ ଆୟୋଗଙ୍କ ସୁପାରିଶ ଅନୁଯାୟୀ  ଆସନ୍ତା ୦୧/୦୧/୨୦୨୬ ରୁ ଲାଗୁ ହେବାକୁ ଯାଉଥିବା ସମୟରେ ଯଦି ଅବସର ତାରିଖକୁ ନେଇ ପେନସନ ଭୋଗୀଙ୍କୁ ଭାଗ ଭାଗ କରାଯାଏ ତେବେ ଅନୁମୋଦନ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପେନ୍ସନ୍ଙ୍କ ବେତନ ଆୟୋଗଙ୍କ ସୁପାରିଶ୍ ମୁତାବକ ବୃଦ୍ଧି ନହୋଇ ଯେଉଁମାନେ ଅବସର ନେବେ ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ । ପୂର୍ବରୁ ୭ଟି ଯାକ ବେତନ ଆୟୋଗ ଲାଗୁ ହେବା ସମୟରେ ଏଭଳି ଆଶଙ୍କା ବା ପରିସ୍ଥିତି ସୃଷ୍ଟି ହୋଇନଥିଲା । ପୁରୁଣା ପେନସନ୍ ଯୋଜନା (ଓପିଏସ୍), ଜାତୀୟ ପେନସନ୍ ଯୋଜନା (ଏନ୍ପିଏସ୍) ଏବଂ ଏକୀକୃତ ପେନ୍ସନ୍ (ୟୁପିଏସ୍) ଯୋଜନାକୁ ନେଇ ପେନ୍ସନ୍ଭୋଗୀମାନେ ପୂର୍ବରୁ ବିଭାଜିତ ହୋଇ ସାରିଥିବାବେଳେ । ବିଧେୟକ ୨୦୨୫ ଆଳରେ ଅବସର ତାରିଖକୁ ନେଇ ପୂର୍ଣ୍ଣ ବିଭାଜିତ ହେବା ସହ ଓ ବୃଦ୍ଧିକୁ ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି  ।
ଏନେଇ ସୃଷ୍ଟିଧର ଦାସ, ସମ୍ପାଦକ ସମନ୍ୱୟ ସମିତି, ବାଲେଶ୍ୱର ପେନ୍ସନ୍ ସଂଘ, ପୁରସ୍ତମ ପ୍ରଧାନ, ସମ୍ପାଦକ ଏଆଇବିଡିପିଏ ବାଲେଶ୍ୱର, ରାମଚନ୍ଦ୍ର ନାୟକ, ଡିଷ୍ଟି୍ରକ୍ଟ ସେକ୍ରେଟାରୀ ଏସ୍ଏନ୍ପିଡବ୍ଲୁ୍ୟଏ ବାଲେଶ୍ୱର, ବିମ୍ବାଧର ପଣ୍ଡା, ଡିଷ୍ଟି୍ରକ୍ଟ ସେକ୍ରେଟାରୀ, ଟିୟୁଏସିସି ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ଏଆଇଟିୟୁସିର ସମ୍ପାଦକ ଶ୍ୟାମସୁନ୍ଦର ଜେନା ଉପସ୍ଥିତ ରହି ସରକାରଙ୍କ ଏହି ପ୍ରସ୍ତାବକୁ ନିନ୍ଦା କରିବା ସହ ଗୃହୀତ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି କରିଛନ୍ତି । କେନ୍ଦ୍ର ସରକାର ୧୬ ଜାନୁଆରୀ ୨୦୨୫ରେ ପ୍ରକାଶ କରିଥିବା ଅଷ୍ଟମ ବେତନ ଆୟୋଗକୁ ଶୀଘ୍ର ଗଠନ କରିବା, ସମସ୍ତ କର୍ମଚାରୀକୁ ଅପିଏସ୍ (ସ୍କିମ୍)ରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଥିଲେ । ଏଥିରେ ବାଲେଶ୍ୱର ଜିଲ୍ଲାର ବହୁ ପ୍ରା"ରରୁ ୨୦୦ରୁ ଊଦ୍ଧ୍ୱର୍ ପେନସନ୍ ଭୋଗୀମାନେ ଯୋଗ ଦେଇଥିଲେ ।