ଅକ୍ଟୋବର ୧୮ରୁ ଜାତୀୟ ତୀବନ୍ଦାଜ ଟୁର୍ଣ୍ଣାମେଣ୍ଟ
।ା ପ୍ରଭାନୁ୍ୟଜ ।ା ପୁରୀ,: ଆକ୍ଟୋବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ଜଗନ୍ନାଥ ଷ୍ଟାଡ଼ିୟମ୍ରେ ଚତୁର୍ଥ ଏନ୍ଟିପିସି ଜାତୀୟ ର୍ୟାଙ୍କିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଶୃଙ୍ଖଳିତ ଓ ସୁଚାରୁରୂପେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଥିଲେ ଯେ, ପୁରୀରେ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଏକ ସ୍ୱାଗତ ଯୋଗ୍ୟ ଟୁର୍ଣ୍ଣାମେଣ୍ଟ । ପ୍ରଶାସନ ଓ କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିବା ସହ ବିଭିନ୍ନ ବିଭାଗର ସମନ୍ୱୟରେ ଏହି ଟୁର୍ଣ୍ଣାମେଣ୍ଟ ଯେପରି ଭଲ ଭାବେ ସଂପନ୍ନ ହେବ ସେଥିପାଇଁ ଉଦ୍ୟମ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଓଡ଼ିଶା ତୀରନ୍ଦାଜ ଆସୋସିଏସନର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି ବିସ୍ତୃତ ସୂଚନା ଦେଇ ପ୍ରକାଶ କରିଥିଲେ ଯେ, ସିନିୟର, ଜୁନିୟର ଓ ସବ୍ଜୁନିୟର ବିଭାଗରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ ଏବଂ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯିବ । ଟୁର୍ଣ୍ଣାମେଣ୍ଟ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଆସିବାକୁ ଥିବାରୁ ସେଥିପାଇଁ ସୁରକ୍ଷା, ଶୃଙ୍ଖଳା ରକ୍ଷା, ସ୍ୱଚ୍ଛତା ଏବଂ ଟ୍ରାଫିକ୍ ବ୍ୟବସ୍ଥା ଇତ୍ୟାଦି ସଂପର୍କରେ ପଦକ୍ଷେପ ନେବାକୁ ଶ୍ରୀ ପତି ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲାମୁଖ୍ୟ ଚିକିସôାଧିକାରୀ ଡ଼ାକ୍ତର ରୂପଭାନୁ ମିଶ୍ର, ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ଜିଲ୍ଳା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ସଂସଦର ପୂର୍ବତନ ସଂପାଦକ ରବିଶଙ୍କର ପ୍ରତିହାରୀ, ରାମଚନ୍ଦ୍ର ଦାସମହାପାତ୍ର, ଓଡ଼ିଶା ତୀରନ୍ଦାଜ ଆସୋସିଏସନ୍ର ସଂପାଦକ ସଂପୂର୍ଣ୍ଣାନନ୍ଦ ଦାସ, କୋଷାଧ୍ୟକ୍ଷ ସୌରଜିତ୍ ସିଂ, କାର୍ଯ୍ୟକାରୀ କମିଟି ସଦସ୍ୟ ଜିତେନ୍ଦ୍ର ନାଥ ଦାସ, ଶ୍ରଦ୍ଧାନନ୍ଦ ଦାସ ଓ ମଳୟ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।