ଶିକ୍ଷକଙ୍କ ଅବସର ସମ୍ବର୍ଦ୍ଧନା ସଭା
କାକଟପୁର : ଫୁରୁସିପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏନ୍ପିଏସ୍ ଶିକ୍ଷକ ସଂଘ ଦୀର୍ଘ ୨୦ ବର୍ଷ ଧରି ରହିଥିବା ସଭାପତି ରକ୍ଷକ ସ୍ୱାଇଁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନଶିକ୍ଷକ ଅମୀୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଉଛି । ମୁଖ୍ୟଅତିଥି କାକଟପୁର ମଣ୍ଡଳ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ସାଂଗଠନିକ ଦକ୍ଷତା ଓ କର୍ମକୁଶଳତା ସମୟାନୁବର୍ତ୍ତିତାକୁ ପ୍ରସଂଶା କରିବା ସହ ପିଲାଙ୍କୁ କର୍ମଯୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡÿ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ସମ୍ମାନୀତଅତିଥି ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ମନ୍ଦରଧର ମହାନ୍ତି ଓ ସମ୍ମାନୀତଅତିଥି ଏବିଇଓ ବ୍ରହ୍ମାନନ କାଣ୍ଡି, ମଲ୍ଲିକ ଜାକିର ହୁସେନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରଞ୍ଚି ନାରାୟଣ ମହାନ୍ତି,ଏନପିସ ଶିକ୍ଷକ ସଂଗଠନ ସଭାପତି ବିଷ୍ଣୁ ଚରଣ ମହାନ୍ତି, ସମାଜସେବୀ ପ୍ରଫୁଲ୍ଲ ବିଶ୍ୱାଳ, ଅଧ୍ୟାପକ ଶିବ ପ୍ରସାଦ ବିଶ୍ୱାଳ, ପ୍ରାଥମିକ ଶିକ୍ଷକ ସଂଗଠନ ସମ୍ପାଦକ ମୁନିର ଅହମ୍ମଦ ଖାଁ, ଉପସଭାନେତ୍ରୀ ଦୀପ୍ତି ମହାନ୍ତି, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଗଠନ ସମ୍ପାଦକ ସଦାଶିବ ସାହୁ, ଫୁରୁସିପଡ଼ା ଉ.ପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ବାଳକୃଷ୍ଣ ସେନାପତି, ଏନପିଏସ୍ ସଂଗଠନର ସମ୍ପାଦକ ବିଶ୍ୱଜିତ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ହୃଦାନନ୍ଦ ଶାସମଲ, ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ତ୍ରିଲୋଚନ ବିଶ୍ୱାଳ ଓ ସିଆରସିସି ସଂଗଠନ କୋଷାଧ୍ୟକ୍ଷ ସନ୍ତୋଷ ସାହୁ ଯୋଗଦେଇ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦାୟି ଶିକ୍ଷକଙ୍କ ଉଦେ୍ଦଶ୍ୟରେ ସ୍ୱାଗତ ଓ ବିଦାୟୀ ସଂଗୀତ ପରିବେଷଣ କରିବା ସହ ଶିକ୍ଷକଙ୍କ ସ୍ମୃତିଚାଳନା କରିଥିଲେ ।