ମହାବିଦ୍ୟାଳୟରେ ପାନୀୟଜଳ ସମସ୍ୟା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୋଟାରୀ ବଟିରାରେ ଥିବା ଦୟାନିଧି ସଂସ୍କୃତ ମହାବିଦ୍ୟାଳୟରେ ପ୍ରାୟ ଦୁଇଶହରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଏହି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପିଇବା ପାଇଁ ବୁନ୍ଦାଏ ପାଣି କଲେଜ୍ ପରିସରରେ ନଥିବାରୁ ପ୍ରବଳ ଗ୍ରୀଷ୍ମତାପରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବିଷୟରେ କଲେଜ୍ ଅଧ୍ୟକ୍ଷ ବାରମ୍ବାର ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ, ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ବ୍ୟବସ୍ଥା ହୋଇପାରିନାହିଁ । ଏ ନେଇ କଲେଜ୍ ଅଧ୍ୟକ୍ଷ, ଭାରପ୍ରାପ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଭେଟି ତୁରନ୍ତ କଲେଜ୍ ପରିସରକୁ ପାଇପ୍ ଯୋଗେ ଜଳ ଯୋଗାଇବା ସହ ଦୁଇଗୋଟି ଟୁ୍ୟବଲ୍ କଲେଜ୍ ପରିସରରେ ଲଗାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।