କୋଇଲା ଖଣିରୁ ଯନ୍ତ୍ରାଂଶ ଚୋରି, ୪ ଗିରଫ

 ତାଳଚେର : ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ କୋଇଲା ଖଣି ପରିକ୍ଷାଗାରରୁ ବହୁମୂଲ୍ୟବାନ୍ ଯନ୍ତ୍ରାଂଶ ଚୋରି କରିବା ଅଭିଯୋଗରେ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ରାଜେଶ ସାହୁ (୩୪), ସୁମନ୍ତ ସାମଲ (୩୪) ଓ ସୁନିଲ ବରାହ (୨୮) ବାଘୁଆବୋଲି ଏମଡି ଅଫସକ (୪୭)ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଲିଙ୍ଗରାଜ ପରୀକ୍ଷାଗାର ଦାୟୀତ୍ୱରେ ଥିବା ମାଙ୍ଗିରାମ ଚୌଧୁରୀ ୧୦ଟି କ୍ରସର ମଟର, ଗୋଟିଏ ପଲଭରାଇଜର୍, ଗୋଟିଏ ମଟର, କ୍ରସରମଟର ସେଟ୍, କ୍ରସର ମାଉଥ କଭର, ଗୋଟିଏ ୟୁପିଏସ୍, ଦୁଇଟି ପିଓଇ ଚୋରି ହୋଇଥିବା ଜାଣିବାପରେ ସେ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ  । ପୋଲିସ୍ ଘଟଣାର ତଦନ୍ତକରି ଉକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ଜବତ ହୋଇଛି ।