ଗାନ୍ଧିଜୀ ବିଂଶ ଶତକର ସର୍ବଶ୍ରେଷ୍ଠ ମାନବ
ଯାଜପୁର : ଗାନ୍ଧୀଙ୍କର ବିବେଚନା ଏକ ଆତ୍ମିକ ଶକ୍ତିର ଉତ୍ସ । ଏଥିପାଇଁ ଗାନ୍ଧୀ ବି·ରର ବିଭିନ୍ନ ଦିଗକୁ ନେଇ ସମଗ୍ର ବିଶ୍ୱରେ ·ଲିଛି ବ୍ୟାପକ ଗବେଷଣା ଓ ପ୍ରୟୋଗ । ତେଣୁ ଗାନ୍ଧୀଜୀଙ୍କୁ ବିଂଶ ଶତକର ସର୍ବଶ୍ରେଷ୍ଠ ମାନବ ରୂପେ ବିବେଚନା କରାଯାଇଛି ବୋଲି ବହୁ ବିଶିଷ୍ଟ ବକ୍ତାମାନେ ମତ ଦେଇଛନ୍ତି । ଗାନ୍ଧୀଜୀଙ୍କର ଦ୍ୱିତୀୟବାର ଓଡ଼ିଶାଗସ୍ତର ଶତବାର୍ଷିକୀ ଉପଲକ୍ଷେ ‘ବିରଜା ସଂସ୍କୃତିକ ପରିଷଦ’ ପକ୍ଷରୁ ‘ଗାନ୍ଧୀ ବି·ର: ସବୁ ସମସ୍ୟାର ଉପ·ର’ଶୀର୍ଷକ ଏକ ଆଲୋଚନାଚକ୍ର ବୁଧବାର ସଂଧ୍ୟାରେ ସ୍ଥାନୀୟ ଯାଜପୁର ଟାଉନସ୍ଥିତ ସ୍ୱାଧୀନତା ସଂଗ୍ରାମୀ ଭବନଠାରେ ଅନୁଷ୍ଠିତ ହୋଇଥିଲା । ପରିଷଦର ସଭାପତି ସାହିତି୍ୟକ ନିତ୍ୟାନନ୍ଦ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ‘କ୍ରାନ୍ତି କାମୋଦୀ କଳ୍କୀ’ର ସଂପାଦକ ଘନପରିଡ଼ା ମୁଖ୍ୟ ଅତିଥି ଓ ‘ରକ୍ ପେବୁଲ୍ସ’ର ସମ୍ପାଦକ ଉଦୟନାଥ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଅନୁରୋଧକ୍ରମେ ‘ଉକ୍ରଳ ଟେନେରୀ’ ପରିଦର୍ଶନ କରିବାକୁ ଗାନ୍ଧୀଜୀ ମୁଖ୍ୟତଃ ଓଡ଼ିଶାକୁ ଦ୍ୱିତୀୟବାର ଆସିଥିବାବେଳେ ଅଗଷ୍ଟ ୧୯ତାରିଖରେ କଟକ ·ଉଳିଆଗଞ୍ଜ ଠାରେ ଖଦିବୁଣାକେନ୍ଦ୍ର ଓ ସ୍ୱରାଜ୍ୟ ଆଶ୍ରମରେ ଥିବା ସୂତା କଟାକେନ୍ଦ୍ର ପରିର୍ଶନ କରିଥିଲେ ଓ ଅଗଷ୍ଟ ୨୦ତାରିଖରେ କଟକ ମୁ୍ୟନିସ୍ପାଲିଟି ହତାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ସୁରେନ୍ଦ୍ର ରାୟ, ଧରରୀଧର ମହାପାତ୍ର, କବି ପ୍ରଭାତ ମଲ୍ଲିକ, ଡ.ସୁଦର୍ଶନ ବେହେରା, ସେକ୍ ଅବଦୁଲ ସାଜିଦ୍ ଓ କାମାକ୍ଷା ପ୍ରସାଦ ନନ୍ଦ ପ୍ରମୁଖ ଗାନ୍ଧୀ ବି·ର ଓ ଦର୍ଶନର ବଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।