ବିକାଶ ବାହନକୁ ସ୍ୱାଗତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କରଙ୍ଗାମାଲ ଓ ଫରସରା ପଞ୍ଚାୟତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ରାଜ୍ୟ ସରକାରଙ୍କ ବିକାଶ ବାର୍ତ୍ତା ନେଇ ବୁଲୁଥିବା ବିକାଶ ବାହନକୁ ସ୍ୱାଗତ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ କରଙ୍ଗାମାଲ ପଞ୍ଚାୟତରେ ସରପଞ୍ଚ ରାମଲାଲ ପଣ୍ଡା, ଫରସରା ପଞ୍ଚାୟତରେ ସରପଞ୍ଚ ସରିତା ନିଆଲ ଏବଂ ସମିତି ସଭ୍ୟା ବାଳିକା ମାଝୀ ମଞ୍ଚାସିନ ଥିଲେ । ଏଥିରେ ପୂର୍ବତନ ବିଜେପି ମଣ୍ଡଳ ସଭାପତି କିଶୋର ଚନ୍ଦ୍ର ନାଗ, ଜିପିଡିଓ ଭୀଷ୍ମ କୁମାର, ଡବ୍ଲୁଇଓ କ୍ଷଣପ୍ରଭା ପାଣିଗ୍ରାହୀ, ଏବିଫେଲୋ ରାକେଶ ଷଡ଼ଙ୍ଗୀ, ରାଜସ୍ୱ ବିଭାଗ ଅଧିକାରୀ ବୁଦ୍ଧିମନ୍ତ ମହାଉତି, ବିଏସଏସଓ ହିତେଶ ଆଡ଼ବାହି, ପିଇଓ ପବିତ୍ର ମିର୍ଦ୍ଧା, ପିଇଓ କ୍ଷୀରୋଦ ଚନ୍ଦ୍ର ନାଏକ, ଏଡିଇଓ ସହସ୍ରାଂସୁ ଯୋଶୀ, ଜିଆର୍ଏସ ପୁଣ୍ଡରି କାକ୍ଷ ଜଗତ, ଯୋଗାଣ ସହାୟକ ଶଶଧର ବାଗ ଓ ରଞ୍ଜିତ ବାଗ, ମହିଳା ପରିଦର୍ଶିକା ବେଦମତି ଖମାରୀ ଓ ଅନୁସୂୟା ତାଣ୍ଡିଙ୍କ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃଷି କର୍ମଚାରୀ, ମିଶନ ଶକ୍ତିର ଏମବିକେ, ବିଜେପି କାର୍ଯ୍ୟକର୍ତ୍ତା, ନାଏବ ସରପଞ୍ଚ, ୱାର୍ଡ ମେମ୍ବର, ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏସ୍ଏଚ୍ଜି, ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ଜବ୍ କାର୍ଡ, ରାସନ୍ କାର୍ଡ ଓ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଫରସରା ଠାରେ ବନ କର୍ମଚାରୀ ନନ୍ଦିନୀ ସୁନାନୀ ବୃକ୍ଷ ଚାରା ପ୍ରଦାନ କରିଥିବା ବେଳେ କରଙ୍ଗାମାଲ ଠାରେ ବନ କର୍ମଚାରୀ ନିବେଦିତା ନାଏକ ବୃକ୍ଷ ଚାରା ବଣ୍ଟନ କରି ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ଆହ୍ୱାନ ଦେଇଥିଲେ ।