କୋରେଇରେ ପହଞ୍ଚିଲେ ଡ଼ବ୍ଲୁ୍ୟଏଚ ମୁଖ୍ୟ
ରଗଡ଼ି: କୋରେଇ ବ୍ଲକ୍ର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଡାଇରିଆ ଓ ଝାଡ଼ାବାଢିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । କୋରେଇ ଅଞ୍ଚଳର ଆଖ ପାଖ ଗ୍ରାମରେ ଡାଇରିଆ ବ୍ୟାପିବାରେ ଲାଗିଛି । ଏପଟେ ଦେଖିବାକୁ ଗଲେ କୋରେଇ ମେଡିକାଲରେ ରୋଗୀଙ୍କ ପାଇଁ ବେଡ଼ର ଅଭାବ କାରଣରୁ ତଳେ ଓ ବାରଣ୍ଡାରେ ପଡିଛନ୍ତି । ମେଡିକାଲ ଟିମ୍ ରୋଗୀଙ୍କଙ୍କ ଉପରେ ନଜର ରଖି ସେବା ଯୋଗାଉଛନ୍ତି । ଆଜି ଡ଼ବ୍ଲୁ୍ୟଏଚ ମୁଖ୍ୟ ସନ୍ତୋଷ କୁମାର ଦାସ ମେଡିକାଲରେ ତଦାରଖ କରିଛନ୍ତି । ବିଧାୟକ ଆକାଶ ଦାସ ନାୟକ ମଧ୍ୟ ମେଡିକାଲ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି ।