ମେଡ଼ିକାଲରେ ପହଞ୍ଚôଲେ ସ୍ୱାସ୍ଥ୍ୟ ସଚିବ


ଧର୍ମଶାଳା: ଦୁଇ ଶହରୁ ଉର୍ଦ୍ଧ  ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ମଙ୍ଗଳବାର  ଠାରୁ ଆଜି ମଧ୍ୟରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୯ ଜଣ ରୋଗୀ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଥିବା ବେଳେ ୩ଜଣ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେସୁଦ୍ଧା ଧର୍ମଶାଳା ଡାକ୍ତରଖାନାରେ ୪୯ ଜଣ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତଙ୍କ ମଧ୍ୟରେ ଅଧିକାଂଶ ଧର୍ମଶାଳା ବ୍ଲକ ବିଭିନ୍ନ ଗ୍ରାମର ହୋଇଥିବା ଜଣାଯାଇଛି । ଧର୍ମଶାଳା କଂଗ୍ରେସ ନେତା କିଶାନ ପଣ୍ଡା ଆଜି ପୁର୍ବାହ୍ନରେ ଡାକ୍ତରଖାନାକୁ ଯାଇ ରୋଗୀମାନଙ୍କ ସହିତ ଆଲୋଚନା କରିବା ସହ ରୋଗୀମାନଙ୍କୁ କିଭଳି ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ହେବ ସେନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ଧର୍ମଶାଳା ଡାକ୍ତରଖାନାରେ ଯାଜପୁର ଉପଜିଲ୍ଲାପାଳ ଉପସ୍ଥିତ ରହି ରୋଗୀ ସେବା ତଦାରଖ କରିଥିଲେ । ଅପରାହ୍ନରେ ସ୍ୱାସ୍ଥ୍ୟ ସଚିବ ଆଶ୍ୱତି ଏସ ଧର୍ମଶାଳା ଡକ୍ତରଖାନାରେ ପହଁଚି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ଆଲୋଚନା କରି ଚିକିତ୍ସା ସେବା ସମ୍ପର୍କରେ ପଚାରି ବୁଝିବା ସହ ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ।  ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ଲାଗି ଭୁବନେଶ୍ୱରରୁ ଏକ ଟିମ ଯଜପୁର ଆସି ଝାଡାବାନ୍ତି ଆକ୍ରାନ୍ତ ଗ୍ରାମ ବୁଲି ଲୋକମାନଙ୍କୁ ପଚରୀ ବୁଝୁଛନ୍ତି ବୋଲି ସଚିବ କହିଛନ୍ତି । ରୋଗ ନିୟନ୍ତ୍ରଣାଧିନ ଥିବା ଧର୍ମଶାଳା ଗୋଷ୍ଠି ନ୍ନୟନ ଅଧିକାରୀ  ଡା.ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି ।