ବିଭିନ୍ନ ପଞ୍ଚାୟତରେ ବାଇକ୍ ରାଲି କରି ଭୋଟ ମାଗିଲେ ପ୍ରୀତି
ଯଖପୁରା: ନିର୍ବାଚନ ତାରିଖ ଯେତେ ନିକଟତର ହେଉଛି ପ୍ରାର୍ଥୀ ମାନଙ୍କ ପ୍ରଚାର ସେତେ ଜୋରଦାର ହେଉଛି । ନିର୍ବାଚନ ରଣାଙ୍ଗନରେ ଲଢେଇ କରୁଥିବା ପ୍ରାର୍ଥୀ ମାନେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ବିଜେଡି ଗାଁଗାଁରେ ସଭା ସମିତି କରି ସରକାରଙ୍କ ବିକାଶ ମୂଳକ କଥାକୁ କହି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି । ନବୀନ ଗ୍ୟାରେଣ୍ଟକୁ ନେଇ ଲୋକଙ୍କୁ ବୁଝାଇ ନିଜ ପାଖକୁ ନେବାକୁ ବିଜେଡି ଦଳୀୟ ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇ ସଭାସମିତି କରୁଛନ୍ତି । ସେ କ୍ରମରେ ଦାନଗଦୀ ବ୍ଲକ୍ର ସମସ୍ତ ତିନି ଗୋଟି ଜିଲା ପରିଷଦ ଜୋନରେ ବାଇକ୍ ରାଲି ପାଇଁ ସୁକିନ୍ଦା ବିଜେଡି ତରଫରୁ ତାରିଖ ଘୋଷଣା ହୋଇଛି । ଆଜି ରାଛିପୁର ପଞ୍ଚାୟତରୁ ଗ୍ରହରାଜ ଶନିଶ୍ଚର ମନ୍ଦିରରୁ ପୂଜା ଅର୍ଚ୍ଚନା କରି ବାଇକ୍ ଶୋଭାଯାତ୍ରା ବାହାରିଥିଲା । ପ୍ରଥମେ ରଛିପୁର୍ ଗାଁପରେ ପରେ ଶୋଭାଯାତ୍ରା ବାହାରି ରାଛିପୁର୍ ଛକ ଦେଇ ଦାନିଆବର ନେଳିବାରିରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ଶହଶହ ବିଜେଡି କର୍ମୀ ଯୋଗଦେଇ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ ଶଙ୍ଖ ଚିହ୍ନ ଜିନ୍ଦାବାଦ ଡାନିଭାଇ ଜିନ୍ଦାବାଦରେ ଶୋଭାଯାତ୍ରା ସ୍ଥଳ ପ୍ରକମ୍ପିତ ହୋଇଥିଲା । ରାଛିପୁର ପଞ୍ଚାୟତ ପରେ ଖପୁରିଆପଦା ପଞ୍ଚାୟତରେ ବାଇକ୍ ରାଲି ହୋଇଥିଲା । ସେଠାରେ ସେମିତି ଶହଶହ କର୍ମୀଙ୍କ ମଧ୍ୟରେ ଶୋଭାଯାତ୍ରା ବାହାରିଥିଲା । ରାଲି ମର୍ଥାପୁର୍ରୁ ଗାଁରୁ ବାହାରି ବାଲିପଶି ଛକ ଦେଇ ଜଳକା ପରେପରେ ଚକୁଆ ଗାଁରେ ଶେଷ ହୋଇଥିଲା । ଆଜି ମଧ୍ୟ ପୂର୍ବାହ୍ନ ୪ଟା ସମୟରେ କୁମ୍ଭୀରଗାଡିଆ ପଞ୍ଚାୟତରେ ବାଇକ୍ ଶୋଭାଯାତ୍ରା ହେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୋଭାଯାତ୍ରାରେ ଖପୁରାପଦା ପଞ୍ଚାୟତର ବିଜେଡି ସଭାପତି ପ୍ରଦୀପ ସାମଲ, ସରପଞ୍ଚ, ସମିତିସଭ୍ୟ, କୁଲୁ ଜେନା, ତପନ ଜେନା, ପୂର୍ବତନ ଖପୁରିଆପଦା ପଞ୍ଚାୟତ ସଭାପତି ପ୍ରଦୀପ ସାମଲ ପ୍ରମୁଖ ଯୋଗଦେଇଥିଲେ ।