କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଘୋଡା ଡିଆଁ ଚାମ୍ପିଅନ

 ହିନେ୍ଦାଳ: ହିନେ୍ଦାଳ ଉପଖଣ୍ଡ ଗଣ୍ଡାନାଳୀ ପଞ୍ଚାୟତ ଇଶ୍ୱରା ପାଳ ଖେଳ ପଡିଆରେ ଗତ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ଅଷ୍ଟମ ବାର୍ଷିକ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ଚଳିତବର୍ଷ ବୁହାଳୀ ପାଳ ଟିମ୍କୁ ହରାଇ ଘୋଡାଡିଆଁ ଏକାଦଶ ଚାମ୍ପିଆନ ହୋଇଛି । ଗତ ୧୭ ତାରିଖ ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୁହାଳୀ ପାଳ ଟିମ୍ ବ୍ୟାଟିଂ କରି ୧୫ ଓଭରରେ୧୫୬ ରନ୍ ସଂଗ୍ରହ କରିଥିବା ବେଳେ, ଏହାର ଜବାବରେ ଘୋଡା ଡିଆଁ ଏକାଦଶ ୧୩.୪ ଓଭରରେ୧୫୭ ରନ୍ କରି ଚଳିତ ବର୍ଷ ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ୍ର ଅମ୍ପାୟାର ଭାବେ ମନି ମହାରଣା ଓ ନାଲୁ ଜେନା ଯୋଗ ଦେଇଥିବା ବେଳେ, ଖେଳର ଧାରା ବିବରଣୀ ଅନିଲ କୁମାର ସାହୁ ଓ ପ୍ରଶାନ୍ତ ସାମଲ ଦେଇ ଥିଲେ । ସ୍କୋରର ଭାବେ ରାଜା ସାମଲ ଓ ସୌମ୍ୟ ମହାଳିକ ଦାୟିତ୍ୱରେ ଥିଲେ । ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନୀଲ ସ୍ୱାଇଁ ଯୋଗଦେଇ ଚାମ୍ପିଅନ ଘୋଡା ଡିଆଁ ଏକାଦଶ ଟିମ୍କୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିବା ସହ ରନର୍ସ ଦଳକୁ ୧୦ ହଜାର ଅର୍ଥରାଶି ସହ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅନ୍ୟତମ ସମ୍ମାନିତଅତିଥି ଭାବେ ଗ୍ରାମ୍ୟ ପରିଚାଳନା କମିଟି ସଭାପତି କବିରାଜ ସାମଲ ଓ ସମାଜସେବୀ ସୂର୍ଯ୍ୟମଣି ସିଂ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ହଜାର ହଜାର କ୍ରିକେଟ ପ୍ରେମୀ ଉପସ୍ଥିତ ରହି ଉଭୟ ଆୟୋଜକ ଓ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।