ମାଛୁଆତି ମା’ତାରିଣୀ ମନ୍ଦିର ପ୍ରତିଷ୍ଠା
ସାଲେପୁର: ଆଜି ମାଛୁଆତି ତାରିଣୀ ଛକଠାରେ ମା’ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଅବସରରେ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଲିସାହି ପଞ୍ଚାୟତର ଶତାଧିକ ମହିଳା ନିଷ୍ଠାପର ଭାବେ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଗୁପ୍ତଗଙ୍ଗା ଚିତ୍ରୋତ୍ପଳାରୁ କଳସ ଶୋଭାଯାତ୍ରା ବାହାରି ମାଛୁଆତି ତାରିଣୀଛକ ନିକଟରେ ପହଞ୍ଚôବାପରେ ମନ୍ଦିର ପ୍ରତିଷ୍ଠା ନୀତି ଆରମ୍ଭ ହୋଇଥିଲା । ଦୀର୍ଘ ଦିନରୁ ମା’ତାରିଣୀଙ୍କ ବିଗ୍ରହ ଏକ କଦମ୍ବଗଛମୂଳେ ରହିଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଓ ମନ୍ଦିର କମିଟି ପକ୍ଷରୁ ମା’ଙ୍କର ଏକ ମନ୍ଦିର ସ୍ଥାପନ କରାଯାଇ ଯଥାରୀତିରେ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ଶତାଧିକ ମହିଳା ଚିତ୍ରୋତ୍ପଳା ଗୁପ୍ତଗଙ୍ଗା ମା’ଭଗବତୀଙ୍କ ପୀଠ ନିକଟରୁ ଏକ କଳସ ଶୋଭାଯାତ୍ରାରେ ବାହାରି ସାଲେପୁର କଲେଜରୋଡ୍ ଦେଇ ମାଛୁଆତି ତାରିଣୀ ଛକଠାରେ ପହଞ୍ଚôଥିଲେ । ଏହି ଅବସରରେ ଘଣ୍ଟ, ଘଣ୍ଟା, ଖୋଳ କୀର୍ତ୍ତନ ଆଦି ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଉଠିଥିଲା ସାଲେପୁର ଅଞ୍ଚଳ । ଏହି କାର୍ଯ୍ୟକ୍ରମକୁ ସୁଧିର ଶତପଥି, ଚିତ୍ତରଂଜନ ଶତପଥି, ସମ୍ବିତ ଦାସ, ଦିଲ୍ଲୀପ ବରାଳ, ଅଜୟ ସାହୁ, ଅଭୟ ନାୟକ, ପ୍ରଶାନ୍ତ କୁମାର ମଲ୍ଲିକ, ବେଣୁଧର ମଲ୍ଲିକ, ସରୋଜ କୁମାର ସ୍ୱାଇଁ, କରୁଣାକର ସାହୁ, ଜୟନ୍ତ କୁମାର ପରିଜା, ଅଶ୍ୱିନୀ କୁମାର ଦାସ, ରାମଚନ୍ଦ୍ର ମଲ୍ଲିକ, ନରହରି ସ୍ୱାଇଁ, ବିରାଜ କୁମାର ପାତ୍ର, ଦେବାଶିଷ ନାୟକ, ବିମଳକାନ୍ତ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।