ବୁଲିଲା ଓଡ଼ିଆରେ ନାମଫଳକ ସଚେତନତା ରଥ 

 ବ୍ୟାସନଗର: ବାଣିଜ୍ୟକ ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆ ଭାଷାରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଲେଖିବାକୁ ସଚେତନତା କରାଯାଇଛି । ନାମଫଳକ ଲେଖିବା ସମ୍ବନ୍ଧୀୟ ରଥ ବୁଲିବା ସହ ସଚେତନତା ପଦଯାତ୍ରା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଚେତନତା ପଦଯାତ୍ରାକୁ ଜିଲାପାଳ ପି.ଅନ୍ୱେଷା ରେଡ୍ଡିଙ୍କ ନିଦେ୍ର୍ଦଶରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ଅଭିଯାନ ଯାଜପୁର ରୋଡ ରେଳ ଷ୍ଟେସନରୁ ଆରମ୍ଭ ହୋଇ ଜିଲା ଶ୍ରମ କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା । ବାହାରିଥିବା ରାଲିରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ ଆୟୁକ୍ତ ଶିବଶଙ୍କର ମିଶ୍ର, ଜିଲା ପ୍ରଭାଗୀୟ ଶ୍ରମ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ସଞ୍ଜିତ କୁମାର ଦେଓ, ସୁନନ୍ଦା ବିଶ୍ୱାଳ, ସୌମ୍ୟ ସୁନ୍ଦର ରାଉତରାୟ, ସୌମ୍ୟରଞ୍ଜନ ବେହେରା, ସ୍ମୃତିରଞ୍ଜନ ପଣ୍ଡା, ରଚନା ସେଠି ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଆରେ ନାମ ଫଳକ ଲେଖିବା ସମ୍ବନ୍ଧୀୟ ସଚେତନତା ରଥକୁ ଅତିରିକ୍ତ ଜିଲାପାଳ ଶୁଭାରମ୍ଭ କରିଥିଲେ । ଯାହା ବ୍ୟାସନଗର ଏବଂ ଯାଜପୁର ପୌରସଂସ୍ଥାରେ ମାଇକ ଦ୍ୱାରା ସଚେତନ କରାଯାଇଥିଲା । ବ୍ୟାସନଗର ମହାବିଦ୍ୟାଳୟର କଲେଜ ଛାତ୍ର ଏଥିରେ ସାମିଲ ହେବା ସହିତ ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତା, ନିର୍ମାଣ ଶ୍ରମିକ, ବ୍ୟାସନଗର ବାଣିଜ୍ୟକ ପ୍ରତିଷ୍ଠାନର କର୍ମକର୍ତା ପ୍ଲାକାର୍ଡମାନ ଧରି ରାଲିରେ ସାମିଲ ହୋଇ ସବୁ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆ ଭାଷାରେ ଅତ୍ୟନ୍ତସ୍ପଷ୍ଟ ଭାବେ ଲେଖିବାକୁ ପ୍ରୋତ୍ସାହିତ କରିଥିଲେ ।