ମା’ଖଣ୍ଡୁରାଇ ପୂଜାଉତ୍ସବକୁ ମହୋତ୍ସବ ରୂପଦେବାକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି 

ାା ପ୍ରଭାନୁ୍ୟଜ ।ା ସୁକିନ୍ଦା: ଦୀର୍ଘବର୍ଷ ଧରି ସୁକିନ୍ଦା ସଦର ମହକୁମାରେ ଚାଲିଆସିଥିବା ଖଣ୍ଡୁରାଇ ପୂଜାଉତ୍ସବକୁ ମହୋତ୍ସବର ରୂପ ଦେବାକୁ  ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦଯାପନୀ ସନ୍ଧ୍ୟାରେ ପ୍ରତିଶ୍ରୁତି ଦେଇଛନ୍ତି । ଗତ ୩୧ତାରିଖ ଠାରୁ ମା’ଖଣ୍ଡୁରାଇଙ୍କ ପୀଠରେ ଚାଲିଥିବା ପୂଜାଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷ ପୂଜାଉତ୍ସବ ଆୟୋଜନ କରିଥିବା ଯୁବକ ମାନଙ୍କ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁକିନ୍ଦାରେ ଜନ୍ମ ହୋଇଥିବାରୁ ନିଜେ ଗୌରବ ଅନୁଭବ କରୁଥିବା ପ୍ରକାଶ କରିଥିଲେ । ଚଳିତ ବର୍ଷ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ୩୯ନଂ ଜିଲ୍ଲାପରିଷଦ ସଭ୍ୟ ପ୍ରତାପ କେଶରୀ ପଟ୍ଟନାୟକ ଯୋଗ ଦେଇଥିଲେ । ଖଣ୍ଡୁରାଇ ପୂଜା କମିଟି ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।