ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ
ନିଆଳି: ଗୋବିନ୍ଦପୁରର ପୂର୍ବତନ ସରପଞ୍ଚଙ୍କ ଦାଦା ତଥା ଅଂଚଳର ବରିଷ୍ଠ ନାଗରିକ ସୁନାକର ଦାସ(୮୨)ଙ୍କର ପରଲୋକ ହୋଇଯାଇଛି । ସେ ରାଇରଙ୍ଗପୁରରେ ପୂର୍ତ୍ତ ବିଭାଗରେ ୩୦ ବର୍ଷରୁ ଊଦ୍ଧ୍ୱର୍ କାଳ ଚାକିରି କରି ଦକ୍ଷତାର ପରିଚୟ ଦେଇଛନ୍ତି । ସେ ଶାନ୍ତ, ସରଳ, ପରୋପକାରୀ ଓ ଆଧ୍ୟାତ୍ମିକ ପ୍ରେମୀ ରୂପେ ପରିଚିତ । ସେ ଗୋବିନ୍ଦପୁର ଅଞ୍ଚଳରେ ବିଭିନ୍ନ ପୂଜା ଅନୁଷ୍ଠାନ ସହିତ ନଦୀକୂଳ ହନୁମାନ ମନ୍ଦିର ନିର୍ମାଣରେ ସାମିଲ ହୋଇଥିଲେ । ସୁନାକର ବାବୁଙ୍କ ପରଲୋକରେ ବରିଷ୍ଠ ନାଗରିକ ସଂଘ, ପୂର୍ତ୍ତ ବିଭାଗର କର୍ମଚାରୀ, ଓ ଅନ୍ୟାନ୍ୟ ବହୁ ଅନୁଷ୍ଠାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।