ରୋଗୀଙ୍କୁ ସହାୟତା
ଧର୍ମଶାଳା : ସ୍ୱେଚ୍ଛାସେବୀ ସଂଗଠନ ଲାଙ୍ଗୁଡ଼ି ସୁରକ୍ଷା ମଞ୍ଚ ପକ୍ଷରୁ ପକ୍ଷାଘାତ ରୋଗୀଙ୍କୁ ଆର୍ଥôକ ସହାୟତା ପ୍ରଦାନ କରାଯାଇଛି । ବ୍ଲକ୍ ଅନ୍ତର୍ଗତ ଚୋରମୁହାଁ ପଞ୍ଚାୟତ ବଡମଙ୍ଗଳପୁର ଗ୍ରାମର ରାମଚନ୍ଦ୍ର ମହାନ୍ତି କିଛି ଦିନ ହେବ ପକ୍ଷାଘାତ ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ପେଷାରେ ଖବର କାଗଜ ବିତରକ ଭାବେ ଦୀର୍ଘ ୨୦ବର୍ଷ ହେବ ଜାରକା ବଜାରରେ ଖବର କାଗଜ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ତାଙ୍କ ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ବହୁ ଅଭାବ ଅନାଟନରେ ଦିନ କାଟୁଛନ୍ତି । ଖବରପାଇ ଲାଙ୍ଗୁଡ଼ି ସୁରକ୍ଷା ମଂଚର ସମ୍ପାଦକ ଆଲୋକ ଜେନା ସାମନ୍ତଙ୍କ ନିର୍ଦେଶକ୍ରମେ ଅନୁଷ୍ଠାନର ସଭାପତି ବ୍ରଜମୋହନ ବିଶ୍ୱାଳଙ୍କ ନେତୃତ୍ୱରେ ସଦସ୍ୟମାନେ ରାମଚନ୍ଦ୍ରଙ୍କୁ ତାଙ୍କ ଘରେ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଆର୍ଥôକ ସହାୟତା ରାଶି ପ୍ରଦାନ କରିଛନ୍ତି । ମଂଚର ସଦସ୍ୟ ପ୍ରଶାନ୍ତ କୁମାର ପୃଷ୍ଟି, ବ୍ରଜ କିଶୋର ମହାନ୍ତି, ସିପକ ଜେନା ସାମନ୍ତ, ଜୟନ୍ତ ସ୍ୱାଇଁ, ସବ୍ୟସାଚୀ ପଣ୍ଡା, ବିଶ୍ୱଜିତ ବିଶ୍ୱାଳ ଓ ମହେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।