ନୂତନ ସିଆରସିସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା  

 ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଶନିବାର ନୂତନ ସିଆରସିସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବିଦାୟୀ ସିଆରସିସିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ସ୍ଥାନୀୟ ନୀଳଜୀ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଏବିଇଓ ପ୍ରଦୀପ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଇଓ ଜତିଂଦ୍ର କୁମାର ସେଠ, ମୁଖ୍ୟବକ୍ତା ଭାବରେ ସତ୍ୟବ୍ରତ ଗହୀର ଓ ସମ୍ମାନିତ ଅତିଥି ଭାବରେ ବିଭାଗୀୟ ସେକସନ୍ ଅଫିସର୍ କମଳ ଲୋଚନ ମାଝୀ ଓ  ସିଆରସିସି ଭୀମସେନ ମେହେର ଯୋଗ ଦେଇଥିଲେ । ଏହି ଅବସରରେ ବିଦାୟୀ ସିଆରସିସିଙ୍କ କାର୍ଯ୍ୟ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରାଯିବା ସହ ସେମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନୁତନ ଭାବରେ ଯୋଗଦାନ କରିଥିବା ସିଆରସିସି ମାନଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭରେ ସନ୍ତୋଷ ବନ୍ଦିଚ୍ଛୋର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖଗେଶ୍ୱର ବାଗ, ଜଗଦୀଶ ତାଣ୍ଡି, ଦୀପକ ସା, ବିଟୁ ଭାଇ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଶେଷରେ ରାକେଶ ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବାଲାଜୀ ହରିଜନ, ବଂଶୀଧର ଜଗତ, ଧିରେଂଦ୍ର ସା ପ୍ରମୁଖ ସହଯୋଗ କରିଥିଲେ ।