ବଢୁଛି ଚୋରାମଦ କାରବାର ଅବକାରୀ ବିଭାଗ ଚୁପ


ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଦ ମାଫିଆଙ୍କ ଦୋରାତ୍ମକ ବଢିଚାଲିଛି । ହେଲେ ଅବକାରୀ ବିଭାଗ ଚୁପ ବସିଛି । ସୀମାନ୍ତ ବ୍ରାହ୍ମଣୀ ନଦୀ ଅବବାହିକାରେ ଗତ କିଛିବର୍ଷ ଧରି ମଦମାଫିଆଙ୍କ ଭୂସର୍ଗ ପାଲଟିଛି । ସୁକିନ୍ଦା ଥାନାର ବଞ୍ଜା ଓ କୁମୁଡ଼ି, ହରିପୁର ନଦୀକୂଳ ଗାଁରେ ଦୈନିକ ହଜାର ହଜାର ଲିଟରରୁ ଅଧିକ ଦେଶୀ ମହୁଲି ମଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ହେଲେ ମଦ ମାଫିଆଙ୍କ ଟେର ପାଉନି ଅବକାରୀ ବିଭାଗ ନାଁ ମାଫିଆ ମାନଙ୍କ ସହିତ ଚାଲିଛି ମଧୁଚନ୍ଦ୍ରିକା । ଜଳପଥକୁ ମାଫିଆ ମାନେ ନୂଆ ତରିକା ଆପଣାଇଛନ୍ତି । ମାଫିଆ ମାନଙ୍କ ସୁରକ୍ଷିତ ବାଟ ଜଳପଥ । ନଦୀ ପଥରେ ମାଛ ଧରାଳି ବେଶରେ ଡ଼ଙ୍ଗା ଏବଂ ଟିୟୁବ ସାହାଯ୍ୟରେ ଏଣ୍ଡଳବା ପଞ୍ଚାୟତକୁ ମହୁଲି ମଦ ଅଣା ଯାଇଥାଏ । ଏହି ଅଞ୍ଚଳର କିଛି ମଦ ମାଫିଆ ସନ୍ଧ୍ୟା ଏବଂ ଭୋର ସମୟରେ ବାଇକ ଯୋଗେ ବିଭିନ୍ନ ଗ୍ରାମ ଗୁଡିକରେ ଖୁଚୁରା ମଦ ବେପାରୀ ମାନଙ୍କୁ ମହୁଲି ମଦ ଯୋଗାଇ ଦେଇଥାନ୍ତି । ଅନେକ ସମୟରେ ମଦ୍ୟପ ମାନେ ମଦ୍ୟପାନ କରି ବିଭିନ୍ନ ସ୍କୁଲ, ଜନଗହଳି ସ୍ଥାନ, ଛକ ବଜାର ସ୍ଥାନ ମାନକରେ ବିଭିନ୍ନ ଅସଭ୍ୟ ଭାଷା ପ୍ରୟୋଗ କରୁଥିବା ଅନେକ ସମୟରେ ଅଭିଯୋଗ ହୋଇଆସୁଛି । ଏହି ମଦ ପିଇ କୀଡୀନି, ଲିଭର ରୋଗ ଭଳି ମାରାତ୍ମକ ରୋଗରେ ମୃତୁ୍ୟ ବରଣ କରିଥିବା ଜଣାପଡିଛି । ଏହାଉପରେ ଜିଲା ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ଉଠିଛି ।