କ୍ଲବ୍ ଘରେ ଅଙ୍ଗନୱାଡି
ଚମ୍ପୁଆ : ରାଜ୍ୟ ସରକାର କୋମଳ ମତି ଶିଶୁଙ୍କ ଭବିଷ୍ୟତ ଗଢିବା ପାଇଁ ଖାଦ୍ୟ, ବସ୍ତ୍ର ଓ ପାଠ୍ୟ ଉପକରଣ ପ୍ରଦାନ କରିବା ସହିତ ଅଙ୍ଗନୱାଡି ମାଧ୍ୟମରେ ପ୍ରାକ୍ ଶିକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ହେଲେ ବିନା ଅଙ୍ଗନୱାଡ କେନ୍ଦ୍ରରେ ପିଲା ପଢିବେ କେଉଁଠି । କେବଳ ଉପକରଣ ଯୋଗାଇଦେଲେ ତ ହେବନି ପଢିବା ପାଇଁ ଘରଟିଏ ମଧ୍ୟ ଦରକାର । ମାତ୍ର ଚମ୍ପୁଆ ବ୍ଲକ ରଜିଆ ପଂଚାୟତର ବସାସାହିରେ ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଅଙ୍ଗନୱାଡି ହେଲପରଙ୍କ ଘରେ ଚାଲି ଆସୁଥିବା ଅଙ୍ଗନୱାଡି କେନ୍ଦ୍ର ପରମୂହୁର୍ତ୍ତରେ ଅନ୍ୟ ଏକ ଘରେ ପରିଚାଳିତ ହୋଇଆସୁଥିଲା । ନିଜସ୍ୱ ଗୃହ ଅଭାବରୁ ନାନା ସମସ୍ୟା ଭିତରେ ଗତି କରି ଆସୁଥିବା ଏହି ଅଙ୍ଗନୱାଡି କେନ୍ଦ୍ରଟି ପର ମୂହୁର୍ତ୍ତରେ ସ୍ଥାନୀୟ ଲୋକଙ୍କ ସହମତିରେ କ୍ଲବ ଘରେ ଆଜକୁ ଦୀର୍ଘ ୩ ବର୍ଷ ଧରି ଚାଲି ଅସୁଥିଲେ ହେଁ ଆଜିପର୍ଯ୍ୟନ୍ତ ନିଜସ୍ୱ ଗୃହ ଟିଏ ହୋଇପାରିଲା ନାହିଁ । ଏ ନେଇ ଅଙ୍ଗନୱାଡି କେନ୍ଦ୍ର ପରିଚାଳିକା ମମତା ବାନାରା ବାରମ୍ବାର ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ କିଛି ମିଳିପାରି ନାହିଁ । ଅନ୍ୟପକ୍ଷରେ ସମନ୍ନିତ ଶିଶୁ ବିକାଶ ଅଧିକାରିଣୀ ଲକ୍ଷ୍ମୀକାନ୍ତି ମାରାଣ୍ଡିଙ୍କୁ ପଚାରିବାରୁ କହିଛନ୍ତି ଯେ ମୁଁ ଉପରିସ୍ଥ ଅଧିକାରୀ ମାନଙ୍କୁ କେତେ ଗୋଟି ଅଙ୍ଗନୱାଡି କେନ୍ଦ୍ର ଗୃହ ଆବଶ୍ୟକ ଓ କେତୋଟି ମରାମତି ଆବଶ୍ୟକ ସେ ନେଇ ଅବଗତ କରିସାରିଥିଲି । ମାତ୍ର ଆମ୍ଭଙ୍କୁ କେଉଁ ଅଙ୍ଗନୱାଡିର ଗୃହ ଦରକାର କେଉଁ ଅଙ୍ଗନୱାଡିର ମରାମତି ଦରକାର ସେ ନେଇ ସେମାନଙ୍କ ନାମ ଓ ସ୍ଥାନ ଅନୁଯାୟୀ ଚିଠା ଦେବା ପାଇଁ ନିଦେ୍ର୍ଦଶ ରହିଛି । ତୁରନ୍ତ ଆମ୍ଭେ ଉକ୍ତ ଚିଠା ପ୍ରସ୍ତୁତ କରି ଉପରିସ୍ତ ଅଧିକାରୀଙ୍କୁ ଅବଗତ କରିବୁ ଅଶା ଖୁବ ଶୀଘ୍ର ଏହାର ସମାଧାନର ବାଟ ସୃଷ୍ଟି ହେବ ।