ପୂର୍ବତନ କାଉନସିଲରଙ୍କ ପରଲୋକ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରପରିଷଦ ୧୧ନଂ ୱାର୍ଡର ପୂର୍ବତନ କାଉନସିଲର ବରିଷ୍ଠ ବିଜେଡି ନେତା ଶେଖ ତାଜଉଦ୍ଦିନ (ତାଜୁ ମିଆଁ)ଙ୍କ ୬୭ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେକ ତାଜୁ ଜଣେ ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ୧୯୯୬ରୁ ୨୦୦୧ପର୍ଯ୍ୟନ୍ତ ସେ ୧୧ନଂ ୱାର୍ଡର କାଉନସିଲର ଥିବା ସହିତ ପଟ୍ଟାମୁଣ୍ଡାଇ ମୁସଲମାନ ବସ୍ତି ସର୍ଦ୍ଦାର ଭାବେ ୧୦ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ତାଙ୍କ ପଟ୍ଟାମୁଣ୍ଡାଇ ବାସ ଭବନରେ ବହୁ ରାଜନେତା ମାନ୍ୟ ଗଣ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୌରାଧକ୍ଷ ହେମନ୍ତ ସାହୁ, କାଉନସିଲର ସାନିଆ ପରମିନ, ପୂର୍ବତନ କାଉନସିଲର ଶେଖ ଅମରୁଲ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।