ଖଗେଶ୍ୱର ପୀଠରେ ଯଜ୍ଞ ପୂର୍ଣ୍ଣାହୁତି
ବନ୍ତ : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସା ବଜାର ଖଗେଶ୍ୱର ମହାଦେବଙ୍କ ଯଜ୍ଞା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।ଏହି ଯଜ୍ଞ କାର୍ଯ୍ୟକ୍ରମଟି ଶିବରାତ୍ରି ଠାରୁ ଆରମ୍ଭ ହୋଇ ୩ଦିନ ପରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଖଗେଶ୍ୱର ମହାଦେବ ପୀଠରେ ଭକ୍ତିମୟ ଭାବନରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଏହି ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ବନ୍ତ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ଯଜ୍ଞ କୁଣ୍ଡରେ ନଡିଆ ପକାଇଥାନ୍ତି । ପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥାନ୍ତି । ଏହି ମନ୍ଦିରର ମୁଖ୍ୟ ସେବକ ଫକୀର ଚରଣ ତ୍ରିପାଠୀ, ଶୁକଦେବ ତ୍ରିପାଠୀ, ରମେଶ ତ୍ରିପାଠୀ, ସୁବାଷ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ୧୦ ରୁ ଉର୍ଦ୍ଧ୍ୱ ବ୍ରାହ୍ମଣଙ୍କ ଦ୍ୱାରା ସମସ୍ତ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପଳସା ବଜାର କମିଟି ସମସ୍ତ କାର୍ଯକ୍ରମ ସହଯୋଗ କରିଥିଲେ ।