୭ମାସ ପରେ ବି ମିଳିଲାନି ନ୍ୟାୟ
ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ଭୁଇଁପୁର ପଞ୍ଚାୟତର ମଲପଡାଗ୍ରାମର ଅନିତା ଜେନା(୩୫)ଙ୍କୁ ଜାତିଆଣ ଆକ୍ଷେପ ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାରୁ ଅମର ସିଂହପୁର ଗ୍ରାମର ସଂଗ୍ରାମ ସାହୁ (ଟୁକୁ) ନାମରେ ଥାନାରେ ଅଭିଯୋଗ କରାଯାଇଥିଲା । ଏକ ସପ୍ତାହ ପରେ ଗତ ସେପ୍ଟେମ୍ବର ୨୦ତାରିଖରେ ନଂ ୨୩୨/୨୩ ରେ ପୋଆ ଆଇନ ସହିତ ବିଭିନ୍ନ ଧାରାରେ ମାମଲା ପଞ୍ଜୀକୃତ ହୋଇଥିଲା । ଅନିତା ଜେନାଙ୍କ ଖୁଡୀତାଶୁର ଅଶୋକ ଜେନା (ସୁଧା, ୫୫ ବର୍ଷ) ଏହି ମାମଲାକୁ ରଫାଦଫା କରିବା ପାଇଁ ଅନିତା ଓ ତାଙ୍କ ସ୍ୱାମୀ ଘନଶ୍ୟାମଙ୍କ ଅଶ୍ଳୀଳ ଭାଷାରେ ଗାଳିକରି ନିଅାଁ, ପାଣି ବନ୍ଦ ସହସାହିରେ ରଖେଇ ଦେବି ନାହିଁ କହି ବିଦୁ୍ୟତ ସଂଯୋଗ କାଟି ଦେଲା । ସନ୍ଧ୍ୟାହେବା ପରେ କବାଟକୁ ଧକ୍କା ମାରିବାର ୁଜୀବନ ପ୍ରତିବିପଦ ଥବା ଆଶଙ୍କା କରି ଅନିତାଙ୍କ ପରିବାର ରାତିରେ ଲୁଚି ପଳେଇ ଆସିଲେ । ସୂଚନା ଯୋଗ୍ୟ ଅନତାଙ୍କର ଏବେ୩ ମାସର ଶିଶୁକନ୍ୟା ସହ ୬ ବର୍ଷର ଆଉଏକ ଦିବ୍ୟାଙ୍ଗ ଝିଅ ଅଛି । ଏନେଇ ଅନିତା ଅଶୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲୋ ବହୁବାର ଅତିରିକ୍ତ ଏସ୍ପି ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏସ୍ପିଙ୍କ ପ୍ରତିଶ୍ରୁତି ମଧ୍ୟ ପାଣିରଗାର ପାଲଟି ଯାଇଛି । ଦୀର୍ଘ ୭ମାସହେବ ବାହାରେ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଥିବା ଅନିତାଙ୍କ ପରିବାର ବହୁତ ମାନସିକ ନିର୍ଯାତନା ପାଉଛନ୍ତି । ଏନେଇ ଜିଲାପାଳ, ପୁଲିସ ମହାନିଦେ୍ର୍ଦଶ, ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବିଭାଗ, ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓରାଷ୍ଟ୍ରପତିଙ୍କ ସଚିବାଳୟରେ୨୫ ଜାନୁଆରୀରେ ଅଭିଯୋଗ କରାଯାଇଥିଲା । ଏକ ମାସ ମଧ୍ୟରେ ଅଭିଯୋଗକୁ ସମାଧାନ କରିବାର ଆଇନରେ ପ୍ରାବଧାନ ଥିବାବେଳେ ଦୀର୍ଘ ୩ ମାସ ପରେ ମଧ୍ୟ ଅଭିଯୋଗର ଉତ୍ତର ମିଳୁନାହିଁ । ଦେଶ କିମ୍ବା ରାଜ୍ୟର ସର୍ବୋଚ୍ଚସ୍ତରରୁ ଆସୁଥିବା ଅଭିଯୋଗକୁ ଅଫିସର ମାନେ କିପରି ମାଡି ବସୁଛନ୍ତି ତାହା ଅନୀତାଙ୍କ ଘଟଣାରୁ ସ୍ପଷ୍ଟ ଅନୁମେୟ । ଭୀମ ଆର୍ମିଭାରତ ଏକତା ମିଶନ ପକ୍ଷରୁ ଆଗାମୀ ୨୯ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଭୀମ ଆର୍ମିରଏକ ପ୍ରତିନିଧି ଦଳ ଶୁକ୍ରବାର ଜିଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲଙ୍କୁ ଭେଟି ଜିଲାର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷକରି ବଲାଙ୍ଗିଆ ଗ୍ରାମର ଚତୁଃପାଶ୍ୱର୍ରେ ବେଆଇନ ଭାବେ ଗଢିଉଠିଥିବା ଷ୍ଟୋନ୍କ୍ରସର ଗୁଡିକୁ ବନ୍ଦ କରିବା, ଏହି ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟଜଳର ବ୍ୟବସ୍ଥା, ପକ୍କା ରାସ୍ତା ନିର୍ମାଣ, ଘର ଡିହ ପଟ୍ଟା ପ୍ରଦାନ, ଟାଟା ଷ୍ଟିଲ ଓ ନୀଳାଚଳ କାରଖାନା ସମ୍ମୁଖରେ କିଛି ମାସ ଧରି ଧାରଣାରେ ବସିଥିବା ବିସ୍ଥାପିତଙ୍କ ସମସ୍ୟା ସମାଧାନ, ଅନୁସୂଚିତଜାତି/ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବାସହ ଠିକ ସମୟରେ କ୍ଷତିପୂରଣ ପ୍ରଦାନ କରିବାକୁ ସଂଗଠନ ତରଫରୁଏସ୍ପିଙ୍କୁ ଅନୁରୋଧ କରାଯାଇଥିଲା । ଆରକ୍ଷୀ ଅଧୀକ୍ଷକଏହି ସବୁସମସ୍ୟା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।