ଏଟିଏମ ଅଚଳ; ଗ୍ରାହକ ହନ୍ତସନ୍ତ

 ବୈତରଣୀ ରୋଡ଼ : କୋରେଇ ବ୍ଲକ ବୈତରଣୀ ରୋଡ ବଜାରରେ ଥିବା ଏସବିଆଇ ଏଟିଏମ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଛି । ଯାହା ଫଳରେ ଗ୍ରାହକଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି । ଗ୍ରାହକ ଟଙ୍କା ଉଠାଣ ପାଇଁ ଏଟିଏମ ଦୁଆର ମୁହଁରେ ପହଁଚୁଥିଲେ ହେଁ ବନ୍ଦ ପଡ଼ିଥିବାରୁ ନିରାଶ ହେଇ ଫେରୁଛନ୍ତି । ଏହି ଏସବିଆଇ ଏଟିଏମ ଉପରେ ଆଖପାଖ ୭ଗୋଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ଅନ୍ୟ ସମସ୍ତ ବ୍ୟାଙ୍କ ସହିତ ଜଡିତ ଗ୍ରାହକ ଏଟିଏମ ଅଚଳ ଜନିତ ସମସ୍ୟା ଯୋଗୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସେବା ଦେବାରେ ଏସବିଆଇ ମୁଖ୍ୟ ଯାଜପୁର ରୋଡ ବ୍ୟାଙ୍କ ମୁଖ୍ୟ ନିଜ ନିୟନ୍ତ୍ରଣ ଭିତରେ ରଖିଛନ୍ତି । ବର୍ତ୍ତମାନ ଚାଷ ଆଦି କାର୍ଯ୍ୟ ନିମନ୍ତେ ଜମାକାରୀଙ୍କ ଆବଶ୍ୟକ ଅର୍ଥ ଉଠାଣ କାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ବ୍ୟାଙ୍କ କର୍ତୃପକ୍ଷ ସଜାଡ଼ିବା ବାହାନାରେ ଏକ ମେସିନ୍ ରଖି ଚୁପ୍ ବସିଛି । ଏହାକୁ ତୁରନ୍ତ କାର୍ଯ୍ୟକାରି କରି ସେବା ପ୍ରଦାନ ପାଇଁ ଗ୍ରାହକଙ୍କ ପକ୍ଷରୁ ଦାବୀ କରାଯାଇଛି ।