ଭବ୍ୟ ଭବାନୀ ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ

 ବୈତରଣୀ ରୋଡ଼ : କଲ୍ୟାଣ ମଣ୍ଡପ ବୈତରଣୀ ରୋଡ଼ ଠାରେ ଭବ୍ୟ ଭବାନୀ ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ସଂସଦର ସଭାପତି ହରେକୃଷ୍ଣ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ପାଳିତ ହୋଇଯାଇଛି । ପ୍ରଥମ ଅଧିବେସନରେ ସୀତାକାନ୍ତ ମିଶ୍ର ସଭାପତିତ୍ୱରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସୂରପ ନାୟକ, ବୃନ୍ଦାବନ ସାହୁ  ଯୋଗ ଦେଇ ସଂସଦର ଉତରୋତର କାମନା କରିଥିଲେ । ଦୁଇ ଦଶକରୁ ଉର୍ଦ୍ଧ କବିମାନଙ୍କ ଦ୍ୱରା କବିତା ପାଠ ହୋଇଥିଲା । ପ୍ରଭାତ ସିହ୍ନା ସମସ୍ତଙ୍କ ଉଦେ୍ଦଶ୍ୟରେ ଅନ୍ୟବାଦ ଦେବା ପରେ ପ୍ରଥମ ଅଧିବେସନ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସାହିତି୍ୟକ ଦାମୋଦର ବେହେରାଙ୍କ ସଭାପତିତ୍ୱରେ ଦ୍ୱିତୀୟ ଅଧିବେଶନରେ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ବିଶିଷ୍ଠ ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାଭଲ, ବିଶିଷ୍ଟ ସମାଲୋଚକ ପ୍ରଫେସର ନଟବର ଶତପଥୀ, ଡ଼ାକ୍ତର ଆଶୁତୋଷ ମଲ୍ଳିକ ଏବଂ ଅରୁଣ କୁମାର ପଟେଲ ଯୋଗ ଦେଇ ଭବ୍ୟ ଭବାନୀ ସାହିତ୍ୟ ସଂସଦ ସହ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କିପରି ଜଡ଼ିତ ତାହା ଦର୍ଶାଇଥିଲେ । ଏହି ଅବସରରେ ଅତିଥି କୃତି ଛାତ୍ରଛାତ୍ରୀ ଓ କବିତା ପାଠ କରିଥିବା କବିଙ୍କୁ ପୁରସ୍କୃତ କରିଥିଲେ । ସାହିତ୍ୟ ସଂସଦର ପରିଚାଳନା ସମ୍ପାଦକ ଡ. ଦୀପକ ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ, ସାହିତ୍ୟ ସଂସଦର ସମ୍ପାଦିକା ଭଗବତୀ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଜୟ କୁମାର ପତି, ମଦନ ମୋହନ ପଣ୍ଡା, ଅଜୟ କୁମାର ପତି ପ୍ରମୁଖ ସହଯୋଗ କରିଥିଲେ ।