ମାଈହାତୀର ସନେ୍ଦହଜନକ ମୃତୁ୍ୟ

 ହିନେ୍ଦାଳ  : ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବନାଞ୍ଚଳରେ ପ୍ରତ୍ୟେକ ଦିନ ହାତୀ ମଣିଷ ମଧ୍ୟରେ ଲଢ଼େଇ ହେଉଥିବା ଦେଖିବାକୁ ମିଳୁଛି  । କେତେବେଳେ ହାତୀର ମୃତୁ୍ୟତ ଅନ୍ୟ କେତେବେଳେ ମଣିଷର ମୃତୁ୍ୟ ଘଟୁଛି ।  କନ୍ତିମିଲି ଗ୍ରାମର ସୁରେଶ ଦେହୁରୀ ହାତୀ ଆକ୍ରମଣରେ ଗୁରୁତର ହୋଇ ଅନୁଗୁଳ  ଚିକିସôାଳୟରେ ଚିକିସôିତ ହେଉଥିବା ବେଳେ ହିନେ୍ଦାଳ ଏନଏସି ତଣ୍ଟିଚିରା ଜଙ୍ଗଲରେ  ମାଈ ହାତୀର ମୃତୁ୍ୟ ଘଟିଛି ।  ଜଙ୍ଗଲସୁରକ୍ଷା ସମିତିଗୃହ ଠାରୁ ଦୁଇଶହ ମିଟର ଦୂରରେ ଦୁଇଦିନ ତଳୁ ହାତିଟି ମୃତୁ୍ୟବରଣ କରିଥିଲେ ମଧ୍ୟ ବନବିଭାଗ ଏବିଷୟରେ ଜାଣିପାରିନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି  । ଏନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣା ସ୍ଥଳକୁ ଯାଇ ହିନେ୍ଦାଳ ରେଞ୍ଜର ଗୌତମ ପ୍ରଧାନଙ୍କୁ ପଚାରିବାରୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଖବର ସଂଗ୍ରହ କରିବାକୁ ନଦେଇ ଘଟଣା ସ୍ଥଳରୁ ବାହାର କରି ଦେଇଥିଲେ ଏବଂ ମିଥ୍ୟାକେଶ ଦେଇ ଗୁଳି ମାରିଦେବି କହି ଧମକଚମକ ଦେଇଥିଲେ  । ପ୍ରଧାନ ହିନେ୍ଦାଳ ବନାଞ୍ଚଳରେ ଯୋଗଦାନ ପରଠାରୁ ଦୈନିକ ହାତୀଆକ୍ରମଣରେ ମଣିଷ ମୃତୁ୍ୟ ବଢିବାରେ ଲାଗିଛି  । ରେଞ୍ଜର ନିଜ ନିରୀହ ଲୋକଙ୍କୁ ହଇରାଣ ହରକତ କରି ମିଥ୍ୟାକେଶରେ ଫସାଇବା ଭଳି କାର୍ଯ୍ୟକରି ହିନେ୍ଦାଳ ଜନସାଧାରଣଙ୍କୁ ଭୟଭୀତ କରି ରଖିଛନ୍ତି  । ଯାହାଫଳରେ ଜନଅସନ୍ତୋଷ ବିସ୍ଫୋରକ ପରିସ୍ଥିତିକୁ ଗତି କରିବାରେ ଲାଗିଛି । ତେବେ  ସାମ୍ବାଦିକଙ୍କୁ ହତ୍ୟାଧମକ ଓ ଗାଳିଗୁଲଜକୁ ନେଇ ସମସ୍ତ ସାମ୍ବାଦିକ ସଂଘ, ବୁଦ୍ଧିଜୀବୀ ମଧ୍ୟରେ ତୀବ୍ର ନିନ୍ଦା କରିବା ସହ ସରକାର ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି  ।