ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହରିଣ

 ନୀଳଗିରି  : ଜଙ୍ଗଲ ନଷ୍ଟ ହେଉ କିମ୍ବା ଖାଦ୍ୟ ଅନ୍ୱେଷଣରେ ହେଉ, ଅଧିକାଂଶ ଜଙ୍ଗଲୀ ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଗୁରୁବାର ଦିନ ପ୍ରାୟ ୧୧ଟା ସମୟରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନୀଳଗିରି ବନବିଭାଗ ଅଧୀନସ୍ଥ ନିଜାମପୁର ପଞ୍ଚାୟତ ଦୁମଦା ଗାଁ ପାଖ ପାଳ ନିକଟରେ ଗାଁଲୋକ ଏକ ହରିଣକୁ ଦେଖି ନୀଳଗିରି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ଫରେଷ୍ଟର ସରୋଜ ପ୍ରଧାନ ଏବଂ ମଞ୍ଜୁଲତା ପ୍ରଧାନ ଅନ୍ୟ ବନକର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚô ହରିଣଟିର ଗତିବିଧି ଉପରେ ଲକ୍ଷ୍ୟ ରଖିବା ସହିତ ହରିଣଟିର ଯେପରି କୌଣସି କ୍ଷତି ନଘଟେ ସେଥିପ୍ରତି ସତର୍କ ଦୃଷ୍ଟି ଦେଇଛନ୍ତି । ତେବେ ହରିଣଟି ଖାଦ୍ୟ ଅନ୍ୱେଷଣରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ବୈଶିଙ୍ଗା ସେକ୍ସନ ବଡାମ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଇଛି । ତେବେ ପଥହୁଡ଼ା ହରିଣଟି କିପରି ସୁରକ୍ଷିତ ଲେଉଟି ଯାଇପାରିବ ସେଥିପ୍ରତି ନୀଳଗିରି ବନବିଭାଗ ଚେଷ୍ଟା ଜାରି ରଖିଛି  ।