ବାଇକ ଡିକି ଭାଙ୍ଗି ଲୁଟ୍

 କେନ୍ଦ୍ରାପଡା : ସିମେଣ୍ଟ ଗୋଦାମ୍ ମ୍ୟାନେଜରଙ୍କ ବାଇକ୍ ଡିକି ରୁ ଆଜି ଦୁର୍ବୃତ୍ତ ଏହି ଟଙ୍କା ଲୁଟି ନେଇଛନ୍ତି  । ଲୁଟ ର ଭିଡିଓ ଯୋଗାଣ ବିଭାଗ କାର୍ଯ୍ୟଳୟରେ ଲାଗି ଥିବା ସିସି କ୍ୟାମେରା ରେ କଏଦ ହୋଇଛି  । ମ୍ୟାନେଜର ଭାବଗ୍ରାହୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ସେ ଦୁହୁରିଆ ଠାରେ ଥିବା ତାଙ୍କ ସିମେଣ୍ଟ କମ୍ପାନୀ ରୁ ଆସି ଲ କଲେଜ ଛକ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୪ ଲକ୍ଷ ୫୩ ହଜାର ୯ ଶହ ଟଙ୍କା କ୍ଷ ଉଠାଇ ଥିଲେ  । ପରେ ଟଙ୍କା କୁ ବାଇକ୍ ଡିକି ରେ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟ କୁ ବ୍ୟକ୍ତିଗତ କାମରେ ଯାଇଥିଲେ  । ଫେରିଲା ବେଳକୁ ତାଙ୍କ ବାଇକ୍ ଡିକି ଖୋଲା ଥିବା ଦେଖିବାକୁ ପାଇଥିଲେ  । ଏ ନେଇ ସେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି  । ପୋଲିସ ତଦନ୍ତ ଆରମ୍ଭ କରିଛି  ।