କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ଓ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଆଳି ଏବଂ ପେଣ୍ଠ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅଞ୍ଚଳ ତଥା ଆଶ୍ରୟ କେନ୍ଦ୍ରଗୁଡିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଲୋକଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ତୃଣମୂଳ ସ୍ତରରୁ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହ ଚାଲିଥିବା ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ଅଛି କି ନାହିଁ ତାହାର ସମୀକ୍ଷା କରିଛନ୍ତି । ଏକତ୍ର ଏହି ପ୍ରାକୃତିକ ବିପର୍ଯ୍ୟୟର ସାହସର ସହ ମୁକାବିଲା କରି ପରସ୍ପରକୁ ସାହାଯ୍ୟ କରିବା ଏବଂ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ।
ବାତ୍ୟା ପରବର୍ତ୍ତୀ ସମୟରେ ବିଦୁ୍ୟତ ପରିଚାଳନା ତ୍ୱରିତ ବେଗରେ କରିବା ପାଇଁ ବିଦୁ୍ୟତ ବିଭାଗ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି କୃଷି କ୍ଷେତ୍ରରେ ବାତ୍ୟା ଜନିତ ଫସଲ ହାନିକୁ ସଂପୃକ୍ତ ଚାଷୀ କୃଷି ବିଭାଗକୁ ଜଣାଇବା ସହ ଫସଲ ବୀମା ଯୋଜନା ଅନ୍ତର୍ଗତ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି । ଏହି ପ୍ରତ୍ୟକ୍ଷ ସମୀକ୍ଷା ବେଳେ ସାଙ୍ଗରେ କେନ୍ଦ୍ରାପଡ଼ା ଜିଲ୍ଳାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ଓ ଟାଟା ପାୱାରର୍ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।