ରାଜା ହରିଚନ୍ଦନ ଦେବଙ୍କ ପରଲୋକ
ତାଳଚେର : ଓଡ଼ିଶା ପ୍ରସିଦ୍ଧ ତାଳଚେର ରାଜପ୍ରସାଦର ରାଜା ରାଜେନ୍ଦ୍ର ବୀରବର ହରିଚନ୍ଦନ ଦେବ(୭୫)ଙ୍କର ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ରାଜପରିବା ବର୍ଗଙ୍କ ପକ୍ଷରୁ ଛତିଶଗଡ଼ ରାଇପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ତାଳଚେର ଉପଖଣ୍ଡରେ ଶୋକରଛାୟା ଖେଳାଇ ଦେଇଛି । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ମେଳାପୀ, ପରକାଷ୍ଠା, ସହନଶୀଳତା ଦକ୍ଷ ରାଜା ଥିଲେ । ସେ ସାମାଜିକ କାର୍ଯ୍ୟରେ ନିଜକୁ ସର୍ବଦା ନିୟୋଜିତ କରି ରହୁଥିଲେ ।