ବୈଦ୍ୟଜ୍ୟୋତି ବଳରାମ ପ୍ରସାଦ ସମ୍ବର୍ଦ୍ଧିତ 

ାା ପ୍ରଭାନୁ୍ୟଜ ।ା ତାଳଚେର : ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦ ସମ୍ମିଳନୀ, ଭୁବନେଶ୍ୱର ଓ ଅଖିଳ ଭାରତୀୟ ଆୟୁର୍ବେଦ ମହାସମ୍ମିଳନୀ, ନୂଆଦିଲ୍ଲୀ ପକ୍ଷରୁ ରେଡକ୍ରସ ଭବନ  ଭୁବନେଶ୍ୱର ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ଘଣ୍ଟପଡ଼ା ଗ୍ରାମର ବୈଦ୍ୟ ଜ୍ୟୋତି ବଳରାମ ପ୍ରସାଦ ସିଂହଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ସିଂହଦେଓ ଭାରତୀୟ ଚେରମୂଳି ଚିକିତ୍ସା ତଥା ପାରମ୍ପରିକ ଚିକିତ୍ସା ଶୈଳୀ ଆପଣାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ଉଦ୍ୟମ କରି ଓଡିଶା ତଥା ଭାରତର ବହୁ ବୈଦ୍ୟମାନଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରି କିପରି ପରମ୍ପରା ରକ୍ଷା ତା’ ଉପରେ ନିରନ୍ତର ଉଦ୍ୟମ କରି ଆସିଛନ୍ତି । ଏଥିସହିତ ସେ ଓଡିଶା ରାଜ୍ୟ ବନୌଷଧି ବିଶେଷଜ୍ଞ ମହାସଂଘର ରାଜ୍ୟ ସମ୍ପାଦକ ଭାବେ ସୁପରିଚାଳନା କରି ଆସିଛନ୍ତି ଏବଂ ପରିବେଶ ସନ୍ତୁଳନ, ଔଷଧୀୟ ବୃକ୍ଷ ଚାଷ, ଗବେଷଣା ତଥା କର୍ମ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଶ୍ରୀ ସିଂହଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ସଭାପତି ଡାକ୍ତର ଧନେଶ୍ୱର ବଳିୟାର ସିଂହ, ରାଜ୍ୟ ସମ୍ପାଦକ ଡାକ୍ତର ଶରତ କୁମାର ରାଉତଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଶ୍ରୀ ସିଂହଦେଓଙ୍କୁ ସମ୍ମାନର ସହ ପୁଷ୍ପ ଗୁଛ, ଉତ୍ତରୀୟ, ମାନପତ୍ର ଓ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ ।