ଡମ୍ପ ଧସି ଘରେ ପଶିଲା କାଦୁଅ ପାଣି

କାଳିଆପାଣି : ଲଗାଣ ବର୍ଷା ଯୋଗୁଁ ସୁକୁରୁଙ୍ଗୀ କ୍ରୋମାଇଟ ମାଇନ୍ସର ମାଟି ଡମ୍ପ ଧସକି ଯାଇଛି । ଫଳରେ କୁଳିପୋଷି ଛକରୁ ସୁକୁରୁଙ୍ଗୀ କଂକ୍ରିଟ ରାସ୍ତାରେ ଏବେ ୩ ଫୁଟ କାଦୁଅ ପାଣି ବହୁ ଥିବାର ଦେଖିବାକୁ ମିଳିଛି । ମାଟି ଡମ୍ପ ତଳେ ରହିଥିବା କୁଳିପୋଷି ଗାଁର ପ୍ରାୟ ୬ଟି ଘର ଭିତରେ ସନ୍ଧ୍ୟା ବେଳୁ କାଦୁଅ ପାଣି ପସି ଯାଇଥିବା ଦେଖିବାକୁ ମିଳିଛି । କୁଳିପୋଷି ଛକରୁ ସୁକୁରୁଙ୍ଗୀ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ସମ୍ପୂର୍ଣ ବିଛିନ୍ନ ରହିଛି ।