ଖେଳକୁ ନେଇ ଯୁଦ୍ଧ ଏଯାଏ ସରୁନାହିଁ
ମହାମେଘବାହନ
ଐର ଖାରବେଳ ସ୍ୱାଇଁ :
ଯେତେବେଳେ ନିକଟ ଅତୀତରେ ଦୁବାଇରେ ହେଉଥିବା ଏସିଆ କପ୍ ମ୍ୟାଚ୍ରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିଲା ବେଳେ ସେମାନଙ୍କର ଅଧିନାୟକମାନେ ପାରମ୍ପରିକ ଭାବରେ ପରସ୍ପର ସହିତ ହାତ ମିଳେଇବାର ଥିଲେ ମଧ୍ୟ ତାହା କଲେ ନାହିଁ ତାହା ଏକ ବ୍ୟାପକ ଆଶ୍ଚର୍ଯ୍ୟର ଘଟଣା ହିସାବରେ ସମସ୍ତଙ୍କୁ ଦେଖାଗଲା । କାରଣ ଏହା ଫଳରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବନିମ୍ନ ସ୍ତରକୁ ଗଲା । ଏ ପର୍ଯ୍ୟନ୍ତ ଏହି ଦୁଇ ଦେଶର ଆଥଲେଟମାନେ ପରସ୍ପର ସହିତ ମିଶୁଥିଲେ ଏବଂ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । କିନ୍ତୁ ଏବେ ତା’ର ବ୍ୟାପକ ପରିବର୍ତ୍ତନ ହୋଇଛି ଓ ବିଶେଷ କରି ପହେଲଗାମଠାରେ ପାକିସ୍ତାନ ପୃଷ୍ଠପୋଷିତ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରି ୨୬ ଜଣଙ୍କୁ ହତ୍ୟା କଲା ପରେ ଏହି ଧରଣର ତିକ୍ତତା ବହୁ ଅଧିକ ସୃଷ୍ଟି ହୋଇଛି । ୧୯୯୬ରେ ଯେତେବେଳେ ଭାରତ ଓ ପାକିସ୍ତାନ ମିଶି ଗୋଟିଏ ୱିଲ୍ସ ଏକାଦଶ ଗଠନ କରିଥିଲେ ଏବଂ ସେମାନେ ଶ୍ରୀଲଙ୍କା ବିରୁଦ୍ଧରେ ସେତେବେଳର ବିଶ୍ୱକପ୍ରେ ଖେଳିଥିଲେ ସେତେବେଳେ ପାକିସ୍ତାନର ସଇଦ ଅନୱର ସଚ୍ଚିନ ତେନ୍ଦୁଲକରଙ୍କ ସହିତ ବ୍ୟାଟିଂ ଆରମ୍ଭ କରିଥିଲେ । ଏହି ମ୍ୟାଚ୍ରେ ଅନିଲ କୁମ୍ବଲେ ସ୍ପିନ୍ ବୋଲିଂ କରିଥିଲେ ଯାହାଙ୍କ ସାଙ୍ଗରେ ଅମିର ସୋହାଇଲ ମଧ୍ୟ ବୋଲିଂ କରୁଥିଲେ । ସେତେବେଳେ ଅଜୟ ଜାଡ଼େଜା ବ୍ୟାଟିଂ କରିବାକୁ ଆସିଥିଲେ ଯେଉଁଠି ଅହମ୍ମଦ ଏବଂ ରସିଦ ଲତିଫ ମଧ୍ୟ ଖେଳୁଥିଲେ । ଏହା ଥିଲା ଦକ୍ଷିଣ ଏସିଆର କି୍ରକେଟରମାନଙ୍କର ଏକଜୁଟତା । ଯେଉଁଠି କି୍ରକେଟରେ ଏମାନେ ଏକଜୁଟ ହୋଇ ଶ୍ରୀଲଙ୍କା ବିରୁଦ୍ଧରେ ଖେଳୁଥିଲେ ଯିଏକି ସେତେବେଳେ ବିଶ୍ୱ ଚମ୍ପିଅନ ମଧ୍ୟ ହୋଇଥିଲା ।
ସେହି ସମୟରେ ଯେତେବେଳେ ହକି ଖେଳାଳିମାନେ ଦୁଇ ଦେଶରୁ ଖେଳୁଥିଲେ ଯେଉଁମାନେ କି ସେମାନଙ୍କର ଖେଳାଳିମାନଙ୍କ ସହିତ ମିଶି ପୁରୁଣା ଦିଲ୍ଲୀର ଗଳିମାନଙ୍କରେ ଯାଇ ଖାଉଥିଲେ । ଏହାର କାରଣ ହେଉଛି ସେମାନେ ସେମାନଙ୍କର ସ୍ତ୍ରୀଙ୍କ ପାଇଁ ଦିଲ୍ଲୀରୁ ଶାଢ଼ି କିଣିନେଉଥିଲେ । ନିକଟ ଅତୀତରେ ସାହିନଶାହା ଆଫି୍ରଦି ଯିଏକି ହେଉଛନ୍ତି ପାକିସ୍ତାନର କି୍ରକେଟ ଖେଳାଳି ସେ ଯେତେବେଳେ ଏସିଆ କପ୍ରେ ୨୦୨୩ରେ ଖେଳିଥିଲେ ସେତେବେଳେ ସେ ଯଶପ୍ରୀତ ବୁମରାଙ୍କୁ ତାଙ୍କ ପିଲାର ଜନ୍ମଦିନ ପାଇଁ ଗୋଟିଏ ଉପହାର ଦେଇଥିଲେ ଯାହା ଉପରେ ଲଭ ବୋଲି ଲେଖାଥିଲା । ପାକିସ୍ତାନର ଏହି ବୋଲର ଜଣକ ତାଙ୍କର ଟେଲିଗ୍ରାମରେ “ଏବଂ ଶାନ୍ତି” ବୋଲି ଲେଖିଥିଲେ । କିନ୍ତୁ ପରବର୍ତ୍ତୀ କାଳରେ ଦୁଇ ଦେଶର ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ କମିନାହିଁ । ଗତ ଏପି୍ରଲରେ ନିରଜ ଚୋପ୍ରା ପାକିସ୍ତାନର ଜାଭେଲିନ କ୍ଷେପକ ହର୍ଷାଦ ନଦିମଙ୍କୁ ଗୋଟିଏ ନିମନ୍ତ୍ରଣ ପତ୍ର ପଠାଇଥିଲେ ତାଙ୍କୁ ଏହି ବର୍ଚ୍ଛା କ୍ଷେପଣ ପ୍ରତିଯୋଗିତାରେ ଯୋଗଦେବା ପାଇଁ ଯାହା ୨୦୨୧ ଚମ୍ପିଅନସିପ୍ ସମର ଗେମ୍ସକୁ ସୃଷ୍ଟି କରିଥିଲା । ଯେତେବେଳେ ଜଣେ ଚୋପ୍ରା ଏବଂ ନଦିମଙ୍କ ସାଙ୍ଗରେ ରହେ ସେତେବେଳେ ଗୋଟିଏ ତ୍ୱରିତ ଘଟଣା ଘଟେ ଯାହା ହେଉଛି ପ୍ୟାରିସ ଅଲିମ୍ପିକ୍ସର ଘଟଣା ଯେଉଁଠି ଏହି ଦୁଇ ଜଣ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରୁଥିଲେ । ସେତେବେଳେ ନିରଜ ଚୋପ୍ରାଙ୍କର ମା’ ମଧ୍ୟ କହୁଥିଲେ ଯେ ହର୍ଷାଦ ହେଉଛି ମୋର ପିଲାଙ୍କ ପରି । ନଦିମଙ୍କ ମା’ ମଧ୍ୟ କହୁଥିଲେ ନିରଜ ହେଉଛି ମୋର ପୁଅ ପରି । ୨୦୦୦ ମସିହାରେ ଯେତେବେଳେ ରୋହାନ ବୋପାନ୍ନା ଏବଂ ଐଶାମୁଲ ହକ୍ କୁ୍ୟରେସି ଏକଜୁଟ ହୋଇ ଗୋଟିଏ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଆମେରିକାରେ ଖେଳିଥିଲେ ସେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ ସୌହାର୍ଦ୍ୟ କିଛି ଥିଲା ପରି ମନେହେଉଥିଲା । ୨୦୦୭ରେ ସେମାନେ ସେମାନଙ୍କର ସମ୍ପର୍କକୁ ବଢ଼ାଇଲେ । ଯେତେବେଳେ ସେମାନେ ଇଣ୍ଡୋପାକ ଏକ୍ସପ୍ରେସରେ ଭାରତକୁ ଆସିଥିଲେ । ଏ ଧରଣର ପୂର୍ବର ଘଟଣାଗୁଡ଼ିକ ଅନେକ ଦିନ ହେଲା ଘଟିଗଲାଣି । ଇତିମଧ୍ୟରେ ୩ ଦଶନ୍ଧି ପାର ହୋଇଗଲାଣି । ଇତିମଧ୍ୟରେ ଭାରତ ଓ ପାକିସ୍ତାନ ସେମାନଙ୍କ ମଧ୍ୟରେ ପ୍ରବଳ ସୀମାପାର ବିବାଦ ଘଟାଇଛନ୍ତି । ଇତିମଧ୍ୟରେ ବଡ଼ ଧରଣର ଆକ୍ରମଣମାନ ଘଟିଛି । ଯେଉଁମାନଙ୍କ ମଧ୍ୟରେ ପୁଲବାମା ୨୦୧୯ରେ, ପଠାନ କୋଟ ୨୦୧୬ରେ, ମୁମ୍ବାଇ ୨୦୦୮ରେ ଘଟିଛି । ପ୍ରତ୍ୟେକ ଥର ଏହି ଘଟଣାଗୁଡ଼ିକ ଘଟିଲା ବେଳେ ଦୁଇ ଦେଶ ମଧ୍ୟରେ ଓ ଦୁଇ ଦେଶର ସରକାରଙ୍କ ମଧ୍ୟରେ ତିକ୍ତତା ବହୁ ପରିମାଣରେ ବଢ଼ିଛି । ସରକାରମାନେ ଏହି ଉତ୍ତେଜନାକୁ ମଧ୍ୟ ସେହିଭଳି ଭାବରେ ରଖିଛନ୍ତି ଏବଂ ତା’ର ସମାଧାନ ହୋଇନାହିଁ ।
ଏବେ ଦେଖାଯାଉଛି କି୍ରକେଟ ବା ହକିକୁ ଛାଡ଼ିଦେଲେ ଆଥଲେଟମାନେ ମଧ୍ୟ ଧୀରେ ଧୀରେ ଏହି ଧରଣର ଘଟଣାରୁ ନିଜକୁ ଅଲଗା ରଖୁନାହାନ୍ତି । ସେମାନେ ମଧ୍ୟ ବୟକଟ୍ କରିବାରେ ଲାଗିଛନ୍ତି ଏବଂ ଏହାକୁ ବିରୋଧ କରିବାକୁ ଚାହିଁନାହାନ୍ତି । ଏଠାରେ ନିର୍ବାଚିତ ପ୍ରତିନିଧିମାନେ ଖେଳକୁ ଏକ କୂଟନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି ଏବଂ ଏହି ବିବାଦରେ କୌଣସି ସ୍ଥିରତା ହୁଏତ ଆସିପାରେ ଏବଂ ଦୁଇ ଦେଶ ବିବାଦକୁ କମାଇ ଦେଇପାରନ୍ତି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ସେମାନେ ଖେଳକୁ ଗୋଟିଏ ଅସ୍ତ୍ର ହିସାବରେ ଶାନ୍ତି ପାଇଁ ବ୍ୟବହାର କଲେ । ସେମାନେ ଦେଖାଇଲେ ଯେ, ଖେଳ କିପରି ଘଟିପାରିବ ଯେତେବେଳେ ପଛରେ ସେମାନେ ଏ ସମ୍ପର୍କରେ କୂଟନୈତିକ ଘଟଣାଗୁଡ଼ିକ ସୃଷ୍ଟି କଲେ । ଯାହା ଫଳରେ ଏସବୁ ବନ୍ଦ ହୋଇପାରିବ । ୨୦୧୦ରେ ବୋପାନ୍ନା ଏବଂ କୁ୍ୟରେସି ଆରମ୍ଭ କଲେ ‘ଷ୍ଟପ୍ ୱାର ଷ୍ଟାର୍ଟ ଟେନିସ’ ପ୍ରକଳ୍ପ । ପରବର୍ତ୍ତୀ କାଳରେ ଏହା ଗୋଟିଏ ସଂଗଠିତ ଘଟଣା ହେଲା ଯାହା ଫଳରେ ଲୋକମାନେ ଯେଉଁମାନେ ବଞ୍ଚôଛନ୍ତି ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୁଦ୍ଧରେ ଅନେକ ସମୟରେ ସମ୍ପୃକ୍ତ କରିଦିଆଗଲା । ଏହା ସବୁ ଯଥେଷ୍ଟ ପ୍ରମାଣ କହିବାକୁ ଯେ, ଏଠାରେ ଭାରତର ପରିଷ୍କାର ବିଭାଜନ ରହିଛି ପାକିସ୍ତାନ ସହ ଏବଂ ଗର୍ବିତ ଖେଳାଳିମାନେ ଦୁଇଟି ଦେଶକୁ ପ୍ରତିନିଧିତ୍ୱ କରନ୍ତି । ଦୁଇଟି ଦେଶର ଲୋକମାନଙ୍କୁ ଓ ଖେଳାଳିମାନଙ୍କୁ ନିଆଗଲା ସେମାନେ ପରସ୍ପର ମଧ୍ୟରେ ଖେଳି ଦୁଇ ଦେଶ ମଧ୍ୟରେ ଉନ୍ନତ ସମନ୍ୱୟ ଆଣିବେ ବୋଲି । କିନ୍ତୁ ଦେଖାଗଲା ସେମାନେ ଖେଳିସାରିବା ପରେ ପାରମ୍ପରିକ ଭାବରେ ଯେମିତି ପରସ୍ପର ସହ ହାତ ମିଳେଇବା କଥା ତାହା କଲେନାହିଁ ।
ଲତିଫ ହେଉଛନ୍ତି ଜଣେ ଖେଳାଳି ଯିଏକି ୧୯୯୬ର ଭାରତ-ପାକିସ୍ତାନ ମିଳିତ ଦଳରେ ଖେଳୁଥିଲେ । ସେ ମଧ୍ୟ ପରସ୍ପର ସହିତ ଘନିଷ୍ଠ ସମନ୍ୱୟ ସୃଷ୍ଟି କରିଥିଲେ । ତାଙ୍କର ସମ୍ପର୍କ ଥିଲା ଭାରତୀୟମାନଙ୍କ ସହିତ । ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରେ ମଧ୍ୟ ସେମାନେ ଖେଳିଛନ୍ତି । କିନ୍ତୁ ଏହା ଘଟିଛି ଯେ ଆମେ ଭାରତୀୟ ଖେଳାଳିମାନଙ୍କୁ ମ୍ୟାଚ୍ ପରେ ଭେଟିନାହୁଁ । ସେ କହୁଛନ୍ତି ଯେ, ଏହି ଧରଣର ଦୈନନ୍ଦିନ ଘଟଣାଗୁଡ଼ିକ କେତେଦିନ ପାଇଁ ଚାଲିବ ତାହାକୁ ଦେଖିବାକୁ ପଡ଼ିବ । ସେ କହିଛନ୍ତି ଯେ କେବଳ ପରସ୍ପର ମଧ୍ୟରେ ଭେଟିବା ଏକମାତ୍ର କଥା ନୁହେଁ । ସେମାନେ ମଧ୍ୟ ପରସ୍ପରର କୋଠରୀମାନଙ୍କରେ ବସିଛନ୍ତି । କିନ୍ତୁ ଏଥର ଦୁଇ ଦେଶର ଅଧିନାୟକମାନେ ପରସ୍ପର ସହିତ ହାତ ନମିଳେଇବା ହେଉଛି ଗୋଟିଏ ବଡ଼ କଥା । ଏବେ ବିଭିନ୍ନ ଦଳର ଖେଳାଳିମାନଙ୍କ ମଧ୍ୟରୁ କେତେକ କହୁଛନ୍ତି ଯେ, ରାହୁଲ ଦ୍ରାବିଡ଼, ବିରାଟ କୋହଲି ବା ରୋହିତ ଶର୍ମା ମଧ୍ୟ ପାକିସ୍ତାନୀମାନଙ୍କ ସହିିତ ମିଶିଛନ୍ତି ଓ ଖେଳିଛନ୍ତି । ସେ ସମ୍ପର୍କରେ ଭିଡିଓମାନ ମଧ୍ୟ ପ୍ରସାରିତ ହୋଇଛି ଯେଉଁଠି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଦେଖାଯାଇପାରିବ ଏବଂ ଖେଳ ପରେ ସେମାନେ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ମିଶିଛନ୍ତି । ସେମାନେ ପରସ୍ପର ମଧ୍ୟରେ ଜାମା ଓ ବ୍ୟାଟମାନଙ୍କର ମଧ୍ୟ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଛନ୍ତି । କିନ୍ତୁ ଏବେ ଗତ ଏପି୍ରଲ ୨୨, ୨୦୨୫ରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁତ କିଛି ବଦଳିଯିବା ପରି ମନେହେଉଛି । ସେତେବେଳେ ପହେଲଗାମ ଘଟଣା ଘଟିସାରିଛି । ଏହି ଆକ୍ରମଣ ଗୋଟିଏ ଦୃଢ଼ ପ୍ରତିରୋଧ ଭାରତ ପାଖରୁ ଓ ଏହାର ସରକାରଙ୍କ ପାଖରୁ ଦେଖିବାକୁ ମିଳିଛି ଯେଉଁଠି ସେମାନେ ଅନ୍ୟ ପାଖରେ ଥିବା ଆତଙ୍କବାଦୀମାନଙ୍କ ଉପରେ ସୀମାପାର ହୋଇ ଆକ୍ରମଣ କରିଛନ୍ତି । ଏପରିକି ପାକିସ୍ତାନର ବହୁତ ଭିତରେ ଥିବା ଆତଙ୍କବାଦୀମାନଙ୍କ ଉପରେ ଭାରତ ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ ବହୁ ଆତଙ୍କବାଦୀମାନଙ୍କୁ ମାରିଦିଆଯାଇଛି । ଏହି ଦୁଇ ଦେଶମାନେ ସେମାନେ ପରସ୍ପରକୁ ଏସିଆ କପ୍ରେ ଖେଳରେ ଭେଟିଥିଲା ବେଳେ ପରସ୍ପର ଉପରେ କ୍ଷେପଣାସ୍ତ୍ର, ଡ୍ରୋନ୍ ଇତ୍ୟାଦି ମାରିଛନ୍ତି ଏବଂ ତାଙ୍କ ନିଜ ଦେଶର ଆକାଶ ସୀମାକୁ ଯୁଦ୍ଧ ଜାହାଜମାନେ ସୁରକ୍ଷିତ କରି ରଖିଛନ୍ତି । କିନ୍ତୁ ଦେଖାଯାଇଛି ନିରଜ ଚୋପ୍ରାଙ୍କୁ ପାକିସ୍ତାନର ସାମାଜିକ ଗଣମାଧ୍ୟମରେ ଗାଳି ଦିଆଯାଇଛି । ତାଙ୍କୁ ଜଣେ ପାକିସ୍ତାନୀ ବୋଲି ମଧ୍ୟ ନାମିତ କରାଯାଇଛି । ତାଙ୍କର ମା’ଙ୍କୁ ମଧ୍ୟ ସେହିଭଳି ଭାବରେ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରାଯାଇଛି । ଏହା ଫଳରେ ଭାରତର ଗୋଟିଏ ବରିଷ୍ଠ କି୍ରକେଟ ଦଳ ପାକିସ୍ତାନରେ ଖେଳିବାକୁ ବିଶ୍ୱକପ୍ରେ ରାଜି ହୋଇନାହାନ୍ତି । ପାକିସ୍ତାନର ପୁରୁଖା ବରିଷ୍ଠ ହକି ଦଳ ଯିଏକି ଭାରତକୁ ନିୟମିତ ଭାବରେ ସବୁବେଳେ ଆସୁଥିଲେ ସେତେବେଳେ ସେମାନେ ସୁରକ୍ଷା କାରଣରୁ ବେଳେବେଳେ ନ ଆସିଲେ ମଧ୍ୟ ବିଶ୍ୱକପ୍ରେ ପରସ୍ପର ମଧ୍ୟରେ ବା ଏସିଆ କପ୍ରେ ଖେଳୁଛନ୍ତି । ଅବଶ୍ୟ ଭାରତ କେବେହେଲେ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହିଁ ଯେ ଅପରେସନ ସିନ୍ଦୂର ବର୍ତ୍ତମାନ ସମାପ୍ତ ହୋଇଯାଇଛି । ପହେଲଗାମରେ ତାଙ୍କର ପ୍ରତିଆକ୍ରମଣ ଏ ଦେଶକୁ ଉଜ୍ଜୀବିତ କରି ରଖିଛି ।
ଅତୀତରେ ପାକିସ୍ତାନର ରାଷ୍ଟ୍ରପତି ଜିଆ ଉଲ୍ ହକ୍ ଭାରତକୁ ୧୯୮୭ରେ ଆସିଥିଲେ ଜୟପୁରଠାରେ ଭାରତ-ପାକିସ୍ତାନ କି୍ରକେଟ ମ୍ୟାଚ୍ ଦେଖିବା ପାଇଁ । ସେତେବେଳେ ଦୁଇଟି ଦେଶର ରାଜନେତାମାନେ ଗୋଟିଏ ଆହ୍ୱାନ ଦେଇଥିଲେ ଯାହାକୁ କୁହାଯାଇଥିଲା ‘ଶାନ୍ତି ପାଇଁ କି୍ରକେଟ’ । ଗୋଟିଏ କଥା କୁହାଯାଇପାରେ ଯେ, ଭାରତର କି୍ରକେଟ କଣ୍ଟ୍ରୋଲ ବୋର୍ଡ ସେତେବେଳେ ଜିଆ ଉଲ୍ ହକ୍ଙ୍କୁ ଭାରତକୁ ଡାକିଥିଲା ଯେତେବେଳେ ସୋଭିଏତ ୟୁନିୟନ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲା ଏବଂ ଉଭୟ ଦେଶର ଖେଳାଳିମାନେ ଏଥିରେ ସମ୍ପୃକ୍ତ ଥିଲେ । ୨୦୧୧ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନି ଓ ମନମୋହନ ସିଂହ ତଦାନୀନ୍ତନ ଭାରତର ପ୍ରଧାନମନ୍ତ୍ରୀ ପଞ୍ଜାବର ମୁହାଲିଠାରେ ବିଶ୍ୱକପ୍ ସେମିଫାଇନାଲରେ ଉଭୟ ଦଳର ଖେଳାଳିମାନଙ୍କୁ ଭେଟିଥିଲେ । ୨୦୨୪ରେ ନିରଜ ଚୋପ୍ରାଙ୍କ ବିରୁଦ୍ଧରେ ନାନା ପ୍ରକାର କଥା କୁହାଯାଇଥିଲା ଯେତେବେଳେ ଭାରତୀୟ ରାଷ୍ଟ୍ରଦୂତ ତାଙ୍କ ସମୟର ପ୍ୟାରିସ ଅଲମ୍ପିକ୍ସ ଗେମ୍ସକୁ ଯାଇଥିଲେ ସେତେବେଳେ ନିରଜ ଚୋପ୍ରାଙ୍କୁ ଏକ ପ୍ରକାର ଗୋଟିଏ ଦୂତ ହିସାବରେ ପରିଗଣନା କରାଯାଉଥିଲା । ସେଥିପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ଯିଏ ହେଉଛନ୍ତି ନଦିମ ଓ ପ୍ୟାରିସରେ ଯିଏ ବର୍ଚ୍ଛା କ୍ଷେପଣରେ ସ୍ୱର୍ଣ୍ଣ ପଦକ ପାଇଥିଲେ ।
ଯାହା ଆଶା କରାଯାଉଛି ଆଗାମୀ ଦିନମାନଙ୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ କ୍ରମଶଃ ବଢ଼ିବ ଏବଂ ଯୁଦ୍ଧ ଦୁଇଟି ଯାକ ଦେଶର ସଫଳତାର ଲକ୍ଷଣ ନୁହେଁ ବୋଲି ପ୍ରମାଣିତ ହେବ । କାରଣ ଧୀରେ ଧୀରେ ପାକିସ୍ତାନ ତୁଳନାରେ ଭାରତର ସାମର୍ଥ୍ୟ ଏବଂ ଶକ୍ତି ଉଭୟ ଅର୍ଥନୈତିକ ଏବଂ ସାମରିକ ଦୃଷ୍ଟିକୋଣରୁ ବହୁତ ଆଗକୁ ଆଗକୁ ବଢ଼ିଚାଲିଛି ଓ ବଢ଼ିଚାଲିବ ମଧ୍ୟ । ପାକିସ୍ତାନ ବର୍ତ୍ତମାନ ଆର୍ଥିକ ଦୃଷ୍ଟିକୋଣରୁ ଭାରତ ଅପେକ୍ଷା ବହୁତ ପଛରେ ପଡ଼ିଛି ଏବଂ ବିଶ୍ୱବ୍ୟାଙ୍କର ଋଣ ବିନା ଏ ଦେଶ ଆଉ ତିଷ୍ଠିବା ସମ୍ଭବପର ବୋଲି ମନେହେଉନାହିଁ । ପହେଲଗାମ ଆକ୍ରମଣ ପରେ ପ୍ରମାଣିତ ହୋଇଛି ଯେ ପାକିସ୍ତାନ ଆଉ ଭାରତ ସହ ସାମରିକ ଦୃଷ୍ଟିକୋଣରୁ ଆଦୌ ସମକକ୍ଷ ନୁହେଁ । ଭାରତକୁ ଆକ୍ରମଣ କଲେ ପାକିସ୍ତାନର ଯେ ଅଧିକ ୫ ଗୁଣ କ୍ଷତି ହେବ ଏଥିରେ କୌଣସି ସନେ୍ଦହ ନାହିଁ । ଆଶା କରାଯାଏ ପାକିସ୍ତାନ କେବଳ ଧର୍ମ ଦୃଷ୍ଟିରୁ ଭାରତ ବିରୁଦ୍ଧରେ ନଲଢ଼ି ଭାରତ ସହିତ ଦକ୍ଷିଣ ଏସିଆରେ ସୁସମ୍ପର୍କ ସ୍ଥାପନ କରିବ ।
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ
ମୋବାଇଲ୍ -୯୪୩୭୦୨୦୨୯୦