ଖୋଲିବ ବନ୍ଦ ପଡ଼ିଥିବା ୭୦ ମଦ ଦୋକାନ

ଖୋଲିବ ବନ୍ଦ ପଡ଼ିଥିବା ୭୦  ମଦ ଦୋକାନ

ଭୁବନେଶ୍ବର : ଖୋଲିବ ରାଜ୍ୟରେ ବନ୍ଦ୍‌ ପଡ଼ିଥିବା ୭୦ ଗୋଟି ମଦ ଦୋକାନ। ଏନେଇ ବିଭାଗ ତରଫରୁ ଅନୁମତି ମିଳିଛି । ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ସହ ପୁରୀରେ ୩ଗୋଟି ଓ ଭୁବନେଶ୍ୱରରେ ୧ଗୋଟିନୂଆ ଠିପିଖୋଲା ମଦ ଦୋକାନ ଖୋଲିବା ନେଇ ବିଭାଗ ପାଖରେ ପ୍ରସ୍ତାବ ରହିଛି । ସରକାର ବାଲେଶ୍ୱରରେ ୧୭ଗୋଟି, ଗଞ୍ଜାମରେ ୧୦ଗୋଟି, ନୟାଗଡରେ ୯ଗୋଟି, ବଲାଙ୍ଗୀରରେ ୨ଗୋଟି, ମୟୂରଭଞ୍ଜରେ ୮ଗୋଟି, କଟକରେ ୭ଗୋଟି, କେଉଁଝରରେ ୩ଗୋଟି, ରାଉଲକେଲାରେ ୫ଗୋଟି, ବ୍ରହ୍ମପୁରରେ ୪ଗୋଟି, କନ୍ଧମାଳରେ ୩ଗୋଟି ଏବଂ ମାଲକାନଗିରି, ସମ୍ବଲପୁରରେ ୧ଗୋଟି ବନ୍ଦ ରହିଥିବା ମଦ ଦୋକାନ ଖୋଲିବେ। ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।