ସୁଭଦ୍ରା ୩ୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ମହିଳା
ଭୁବନେଶ୍ୱର : ସୁଭଦ୍ରାର ୩ୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ମହିଳା । ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨ୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ଜଣ ବାଦ୍ ପଡ଼ିଥିବାବେଳେ ସୁଭଦ୍ରାର ପ୍ରଥମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ପାଇଛନ୍ତି। ସୁଭଦ୍ରାର ୨ୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ପାଇଛନ୍ତି। ୩ୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ। ମୋଟ୍ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ଆବେଦନ କରିଥିଲେ ବୋଲି ପ୍ରଭାତୀ କହିଛନ୍ତି।