ଖୋଲୁନି ଆରଆଇ ଅଫିସ 


ଏରସମାରୁ ବଲ୍ଲଭ କୁମାର ପ୍ରଧାନ
ମାସ ମାସ ଧରି ଖୋଲୁନି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ । ଫଳରେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି କିଛି ଅଭିଯୋଗ ଆସିଛି ଜଗତସିଂହପୁର ଜିଲା ଏରସମା ବ୍ଲକରୁ । ଏରସମା ତହସିଲ ଅନ୍ତର୍ଗତ ଚଟୁଆ ରାଜସ୍ୱ ବିଭାଗ କାର୍ଯ୍ୟାଳୟର ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରା ଯାଇଥିଲା  । ପରବର୍ତ୍ତୀ ସମୟରେ ଚଟୁଆ ରାଜସ୍ୱ  କାର୍ଯ୍ୟାଳୟର ନବୀକରଣ ପାଇଁ ଏହି ଅଫିସକୁ ଏଠାରୁ ୭ କିମି ଦୂର ଭିତର ଅନ୍ଧାରିକୁ ସାମୟିକ ଭାବେ ୨୦୨୩ ଜାନୁଆରୀରେ ସ୍ଥାନାନ୍ତର କରାଗଲା ।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ୨୦୨୩ ଅଗଷ୍ଟ ୧୬ ତାରିଖ ନିର୍ମାଣର ଶେଷ ତାରିଖ ରଖାଯାଇଥିଲା । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ ପୂର୍ଣ୍ଣାଙ୍ଗ ହେବାକୁ ଦେଢବର୍ଷ ବିତିଗଲା ।ବର୍ତ୍ତମାନ ମାସାଧିକ ସମୟ ହେବ ନିର୍ମାଣ ପୂର୍ଣ୍ଣାଙ୍ଗ ସରିଲାଣି ।ଏଠାରେ କାର୍ଯ୍ୟରତ ଥିବା ରାଜସ୍ୱନୀରିକ୍ଷକଙ୍କର ଏଠାରୁ ବଦଳି ହୋଇ ଅନ୍ୟଜଣେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟରେ ଯୋଗଦେଲେଣି ।ମାତ୍ର ଏଯାବତ୍ ଅଫିସ ଗ୍ରୁହକୁ ହସ୍ତାନ୍ତର କରାଯାଉନାହିଁ କିମ୍ବା ଅଫିସ୍ ଭିତର ଅନ୍ଧାରିରୁ ଚଟୁଆକୁ ଫେରି ପାରୁନାହିଁ ।ଯେଉଁଥିପାଇଁ ଉକ୍ତ ରାଜସ୍ୱ ବିଭାଗ ଅଧିନରେ ଥିବା ଗ୍ରାମଗୁଡିକର ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଚଟୁଆ ପଞ୍ଚାୟତ ପୂବତନ ସମିତି ସଭ୍ୟ ପଦ୍ମଲୋଚନ ଦାଶ, ଏରସମା ବ୍ଲକ ଯୁବ  ବିଜୁଜନତାଦଳ ଉପ ସଭାପତି ଲୋକନାଥ ରାଉତ, ସମାଜସେବୀ ଅଚୁ୍ୟତାନନ୍ଦ ସ୍ୱାଇଁ, ଗୌରହରୀ ପାତ୍ର ପ୍ରମୁଖ ଦାବି କରିଛନ୍ତି ।