ଅଳିଆରେ ଭର୍ତ୍ତି ମୁଖ୍ୟ କେନାଲ, ସଫା ହେଉଛି ଶାଖା କେନାଲ
ଗୋପରୁ ବରେନ ସେନାପତି
ଅଳିଆରେ ଭର୍ତ୍ତି ହୋଇଯାଇଛି ମୁଖ୍ୟ କେନାଲ । ଜଳ ନିସ୍କାସନ ହୋଇପାରୁନି । କିନ୍ତୁ ସଫା ହେଉଛି ଶାଖା କେନାଲ । ଏଭଳି ଘଟଣା ଦେଖିବାକୁ ମିଳିଛି ନିମାପଡ଼ା ଠାରୁ ଗୋପ ଅଞ୍ଚଳ ଦେଇ ମୁଖ୍ୟ କେନାଲରେ । କେନାଲଟି ଦୀର୍ଘ ବର୍ଷ ହେବ ଅଳିଆ ଆବର୍ଜନା ଅପରିଷ୍କାରରେ ପଡ଼ିଥିବା ହେତୁ କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନିମାପଡ଼ା ଠାରୁ ଗୋପ ଦେଇ ପ୍ରଭାହିତ ମୁଖ୍ୟ କେନାଲ ଭିତରେ ରେ କଟକୀ ଦଳ ଓ ଅନାବନା ଗଛ ଲତା ରେ ଭର୍ତ୍ତୀ ହୋଇ ପଡ଼ିରହିଛି କ୍ଷ କିନ୍ତୁ ଗୋପ ର ଜଳ ସମ୍ପଦ ବିଭାଗୀୟ ଅଧିକାରୀ ତଥା ଏସଡିଓ ସଂଗ୍ରାମ କେଶରୀ ମହାନ୍ତି କାହା ସ୍ୱାର୍ଥରେ ଶାଖା କେନାଲକୁ ସଫା କରିବା ପାଇଁ ମେସିନ ବ୍ୟବହାର କରୁଛନ୍ତି । ଯଦି ମୁଖ୍ୟ କେନାଲରେ ପାଣି ଆସିବାର ପ୍ରଶ୍ନ ଉଠୁନି ଅଥଚ ଏସଡିଓ ତାଙ୍କର ସମ୍ପର୍କୀୟଙ୍କ ମିଳିତ ସହଯୋଗରେ ନିଜ ହାତ ଚିକଣ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମୁଖ୍ୟ କେନାଲ ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବାବେଳେ ଏସଡିଓଙ୍କର ଶାଖା କେନାଲ ପ୍ରତି ଅହେତୁକ ଦୃର୍ବଳତା କାହିଁକି ? ମୁଖ୍ୟ କେନାଲ ପ୍ରାୟ ୩୦ କିଲୋମିଟରରୁ ଉର୍ଦ୍ଧ ହେବ ଆବର୍ଜନାରେ ଭର୍ତ୍ତି ଥିବା ବେଳେ ଶାଖା କେନାଲ ଜେସିବି ଦ୍ୱାରା ସଫା କରିବା ପଛରେ କି ରହସ୍ୟ ଥାଇପାରେ? ଏହା ଦ୍ୱାରା କେବଳ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ସତ କିନ୍ତୁ କୌଣସି ଫାଇଦା ହେଉନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି ।