ନାହିଁ ଡ୍ରେନ୍ଜେ ବ୍ୟବସ୍ଥା ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି


ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଅଜୁର୍ନକଟା ଛକ ଠାରୁ କଙ୍କିଳି ଗ୍ରାମକୁ ଯାଇଥିବା ପୂର୍ତ୍ତବିଭାଗର ମୁଖ୍ୟ ରାସ୍ତା କଡ଼ରେ ଗିରିଗିରିଆ ସାହି ଅବସ୍ଥିତ । ଏହି ବସ୍ତି ସମ୍ମୁଖରେ ଯାଇଥିବା ପିଡବ୍ଲୁଡିର ରାସ୍ତା ପାଲଟିଛି ନର୍ଦ୍ଦମା କୁଣ୍ଡ । କାରଣ ଏହି ରାସ୍ତାରେ ଜମି ରହୁଛି ଲୋକଙ୍କ ଆବର୍ଜନା ପାଣି ।  ରାସ୍ତାର ଉଭୟ ପାଶ୍ୱର୍ରେ କୌଣସି ଡ୍ରେନ ବ୍ୟବସ୍ଥା ନ ଥିବାରୁ ଉକ୍ତ ବସ୍ତିବାସିନ୍ଦାଙ୍କ ଘର ଗୁଡ଼ିକର ଯାବତୀୟ ପରିତ୍ୟକ୍ତ ଜଳ ସବୁବେଳେ ରାସ୍ତାରେ ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ଯାହାଫଳରେ ଲୋକେ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ରାସ୍ତା ଦେଇ ଦୁଇଟି ପଞ୍ଚାୟତବାସୀ ଯାତାୟତ କରିବା ସହିତ ସ୍କୁଲ, କଲେଜ, ବିଭିନ୍ନ ସରକାରୀ, ବେସରକାରୀ କର୍ମଚାରୀ ଦୈନନ୍ଦିନ ଚଳପ୍ରଚଳ କରିଥାନ୍ତି । ଯଦି କୌଣସି ଯାନବାହାନ ଉକ୍ତ ରାସ୍ତା ଦେଇ ଯାତାୟତ କରିନ୍ତି, ତେବେ ନର୍ଦ୍ଦମା ପାଣିର ଛିଟିକା ବାଟୋଇଙ୍କ ଉପରେ ପଡ଼ିଥାଏ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ । ଏ ନେଇ ବସ୍ତି ବାସିନ୍ଦା କୁହନ୍ତି ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଆମ ଗୃହର ନିଷ୍କାସନ ପାଣି ଯିବ କୁଆଡ଼େ ବୋଲି ସେମାନେ  ଲେଉଟା ପ୍ରଶ୍ନ କରିଥାନ୍ତି ଏବଂ ଏହାକୁ ନେଇ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନକୁ ଏହି ସମସ୍ୟା ଉପରେ ଅବଗତ କରାଇଲେ ମଧ୍ୟ କେହି ହେଲେ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଇନଥାନ୍ତି । ତେବେ ତାଳଚେର ପୂର୍ତ୍ତବିଭାଗ ପକ୍ଷରୁ ତୁରନ୍ତ ଏହି ବସ୍ତିବାସିନ୍ଦାଙ୍କ ରାସ୍ତାର ଉୁଭୟ ପାଶ୍ୱର୍ରେ ତୁରନ୍ତ ଡ୍ରେନ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।