ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ': କମିଶନରେଟ୍ ପୁଲିସର ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ': କମିଶନରେଟ୍ ପୁଲିସର ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା


 ଭୁବନେଶ୍ୱର, ୯ା୫ : ଶୁକ୍ରବାର ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ୍ ସୋ' । ଏଥିପାଇଁ ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କଟକ-ଭୁବନେଶ୍ୱର କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି  । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡିÿ କରିବା ସହ ଟ୍ରାଫିକ ବ୍ୟବସ୍ଥା ଓ ସାଧାରଣ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଛି  । ପୁଲିସ କମିଶନର ସଂଜୀବ ପଣ୍ଡା ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ କହିଛନ୍ତି  ।
ସୂଚନା ଅନୁସାରେ, ଆସନ୍ତାକାଲି ଅର୍ଥାତ୍ ୧୦ ତାରିଖରେ ରହିଛି ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ' । ଯେଉଁଥିପାଇଁ ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି  । ବିଜେପି ପାର୍ଟି ଅଫିସରୁ ବାଣୀବିହାର ପର୍ଯ୍ୟନ୍ତ ହେବ ଏହି ଶୋଭାଯାତ୍ରା  । ଏଥିପାଇଁ ସମ୍ପୂର୍ଣ୍ଣ ଜନପଥରେ ଲାଗିଛି ସିସିଟିଭି  । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି  । ଏହି ନିୟମ ଅନୁଯାୟୀ ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାରରେ ଯାତାୟତ ବନ୍ଦ ରହିବ  । ଆଉ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ୪ ଟାରୁ ରାଲି ସରିବା ପର୍ଯ୍ୟନ୍ତ ବନ୍ଦ ରହିବ  । ତେବେ ଆସନ୍ତାକାଲି ଅକ୍ଷୟ ତୃତୀୟା ଥିବାରୁ ଭୁବନେଶ୍ୱରରେ ଯଦି କିଛି କିଣା କିଣି ଥାଏ ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ କମିଶନର ଶ୍ରୀ ପଣ୍ଡା । ସେହିଭଳି ଭିଆଇପିଙ୍କ ଯାତାୟତ ପାଇଁ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ନୋ ଜୋନ ରହିବ  । କୌଣସି ଡ୍ରୋନ୍ ଏହି ସମୟରେ ବି ଉଡ଼ିପାରିବ ନାହିଁ ସେଥିପାଇଁ 'ନୋ ଡ୍ରୋନ୍' ଜୋନ୍ କରାଯାଇଛି  । "ରୋଡ ଶୋ' ହେବାକୁ ଥିବା ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯାଇଛି  । ବମ୍ ସ୍କ୍ୱାଡ୍ ଓ ଡଗ ସ୍କ୍ୱାଡ୍ ଯାଞ୍ଚ କରୁଛନ୍ତି  । ସୁଉଚ୍ଚ ବିଲଡିଂ ଥିବା ସ୍ଥାନରେ ପୁଲିସ ଗାର୍ଡ ଦିଆଯାଉଛି  । ଏହି ରାସ୍ତାରେ ଥିବା ହୋଟେଲ ଓ ବସ୍ତିରେ କଡାକଡି ଚେକିଂ ଚାଲିଛି  । କାଲି ରୋଡ ଶୋ'ରେ ସାମିଲ ହେବେ ୫ ଡିସିପି,୧୦ ଅତିରିକ୍ତ ଡିସିପି, ୨୮ ଏସିପି , ୪୧ ଇନ୍ସପେକ୍ଟର , ୧୮୦ ସବ ଇନ୍ସପେକ୍ଟର ଏବଂ ୫୫ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୩ ସ୍ପେଶାଲ ପ୍ରାଟିକାଲ ୟୁନିଟ ନିୟୋଜିତ ହୋଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ସଂଜୀବ ପଣ୍ଡା  । ସେପଟେ ଆଞ୍ଚଳିକ ଗଣମାଧ୍ୟମଙ୍କ ପାଇଁ ରୋଡ ଶୋ'ର ଆରମ୍ଭ, ମଧ୍ୟମ ଓ ଶେଷ ଭାଗରେ ସମ୍ବାଦ ପରିବେଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଛି" ବୋଲି କହିଛନ୍ତି କମିଶନର  ।