ଚଢ଼ାଉ କରି ଦୁଇ ବେପାରୀକୁ ଧରିଲା ଅବକାରୀ ; ୧୭୬ କେଜି ଭାଙ୍ଗ ଜବତ
ଭୁବନେଶ୍ୱର, ୧୧ା୪ : ନିର୍ବାଚନକୁ ଆଖି ଆଗରେ ରଖି ଆଜି ଲିଙ୍ଗରାଜ ଥାନା ଅଧିନ ପୁରୁଣା ଭୁବନେଶ୍ୱର କେଦାରଗୌରୀ ମନ୍ଦିର ନିକଟ ଏକ କେବିନରେ ଭୁବନେଶ୍ୱର ଅବକାରୀ ଟିମର ଅଚାନକ ଚଢ଼ାଉ । ଦୁଇ ବେପାରୀଙ୍କୁ ଗିରଫ କରିବା ସହିତ ଦୋକାନ ଭିତରୁ ୧୭୬ କେଜି ବେଆଇନ ଭାଙ୍ଗ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ଓଲଟାଉନ ଅଞ୍ଚଳର ବିଜୟ ମଲ୍ଲିଆ ଓ ପ୍ରଶାନ୍ତ ପୂଜାପଣ୍ଡା ।
ସୂଚନାଯୋଗ୍ୟ ଯେ, ଦିର୍ଘଦିନ ହେବ ଲିଙ୍ଗରାଜ ଥାନା ଅଧିନ କେଦାରଗୌରୀ ମନ୍ଦିର ନିକଟରେ ରହିଥିବା ଏକ କେବିନରେ ଚାଲିଥିଲା ବେଆଇନ ଭାଙ୍ଗ କାରବାର । ଯାହାକୁ ନଜର ରଖିଥିଲା ଭୁବନେଶ୍ୱର ଅବକାରୀ ବିଭାଗ ଟିମ । ସବୁଦିନ ଭଳି ଗୁରୁବାର ସକାଳୁ ସକାଳୁ ଭୁବନେଶ୍ୱର ଅବକାରୀ ଥାନାର ଏକ ଟିମ ଅଚାନକ ମନ୍ଦିର ନିକଟରେ ଚଢ଼ାଉ କରି ଦୁଇ ବେପାରୀଙ୍କୁ କାବୁ କରିବା ସହ ଦୋକାନ ଭିତରୁ ୧୭୬ କେଜି ଭାଙ୍ଗ ଜବତ କରାଯାଇଥିଲା । ପରେ ଦୁହିଁଙ୍କୁ ଗିରଫ କରାଯାଇ ଥାନାକୁ ଆଣିବା ସହ ମାମଲା ରୁଜୁକରାଯାଇ କୋର୍ଟ ଚାଲାଣ କରାଯାଇଛି ।