ରାଜ ରାସ୍ତାରେ ହାଇୱା ମାଲିକ ସଂଘ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ହାଇୱା ଓ ଟିପର ମାଲିକ ସଂଘ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି କଥା ନଶୁଣିବାରୁ ସଂଘ ତରଫରୁ ଆଜି ପ୍ରାୟ ଶତାଧିକ ହାଇୱା ଓ ଟିପର ଗାଡି ରାଜରସ୍ତା ଉପରେ ରଖି ଅବରୋଧ କରିଥିଲେ ଯାହା ଫଳରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା । ସଂଘର ଅଭିଯୋଗ ଅନୁସାରେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ପୋଲିସ ଅଧିକାରୀମାନେ ବାଲି, ମୋହରମ ଓ ମାଟି ଅଦି ନେଇ ଯାଉଥିବା ସମୟରେ ଅଧିକାରୀମାନେ ଜୋର ଜବରଦସ୍ତ ବେଆଇନ କହି ଗାଡିକୁ ଅଟକାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରୁଛନ୍ତି । ଯାହା ଫଳରେ ଗାଡି ମାଲିକମାନେ ଦୀର୍ଘ ମାସ ହେଲା ଗାଡି ନ ଚଳାଇ ଛିଡା କରି ରଖିଛନ୍ତିି । ମାଲିକମାନେ ବ୍ୟାଙ୍କକିସ୍ତି ଦେବାରେ ମଧ୍ୟ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏ ବିଷୟରେ ପ୍ରଶାସନକୁ ଜଣାଇଲେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରସ୍ତା ଅବରୋଧ ଖବର ପାଇ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲପାଳ ଅରୁଣ କୁମାର ନାୟକ, ପଟ୍ଟାମୁଣ୍ଡାଇ ଏସଡିପିଓ, ନିକିରାଇ ଥାନା ଅଧିକାରୀ, ଟାଉନ ଥାନା ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଁଚି କର୍ମକର୍ତ୍ତାମାନଙ୍କୁ ଡାକି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ । ଆଲୋଚନାରେ କୌଣସି ସୁ