ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ
କଣାସ : କାଦୁଆ ପଞ୍ଚାୟତର ସାନଓରା ଗ୍ରାମରେ ପ୍ରତିଷ୍ଠିତହନୁମାନ ମନ୍ଦିରରେ ସାତ ତାରିଖଠାରୁ ଆରମ୍ଭ ହୋଇଥିବା ୧୧ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ୟାପିତ ହୋଇଛି । ବାଜାବାଣ ପଟୁଆର ସହ ୧୦୮ କଳସ ଦୟାନଦୀରୁ ସଂଗ୍ରହ କରାଯାଇ ଯଜ୍ଞ ସ୍ଥଳକୁ ଅଣାଯାଇଥିଲା । ୧୦୮ ହନୁମାନ ଚାଳିଶା କାର୍ଯ୍ୟକ୍ରମରେ ରାମନାରାୟଣ ସାହୁ, ଅରୁଣ ମହାପାତ୍ର, ଦାସରଥି ସାହୁ ପ୍ରମୁଖ ତତ୍ୱାବଧାନ କରିଥିଲେ । ଆର୍ଶୀବାଦ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଶେଷଦିନ ରାମଲୀଳା ପରିବେଷଣ ହୋଇଥିଲା । ବିକ୍ରମ ସାହୁ, ରବିନ୍ଦ୍ର ମହାପାତ୍ର, ଇନ୍ଦ୍ରମଣି ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଲୁଙ୍କି ସାହି ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉଦ୍ୟାପନ ସଭାରେ ସର୍ବେଶ୍ୱର ଜେନା, ଅଜୟ ସେଠୀ, ପ୍ରଫୁଲ ସ୍ୱାଇଁ, କବି ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।