ମଦମୁକ୍ତ ଓଡ଼ିଶା ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ

ନୀଳଗିରି : ମିଳିତ ନିଶାନିବାରଣ ଅଭିଯାନ "ମୋନା’ ତରଫରୁ ମଦମୁକ୍ତ ଓଡ଼ିଶା ପାଇଁ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା ।  ବରହମପୁର ମିନିଷ୍ଟାଡିୟମଠାରେ ଗତ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ ମହୋତ୍ସବରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି  । ମୋନାର ଭୁବନେଶ୍ୱର ପ୍ରତିନିଧି ମନମୋହନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଯୁବସମାଜ ନିଶାରେ କବଳିତ ହୋଇ ପଥଭ୍ରଷ୍ଟ ହେଉଛନ୍ତି । ଯାହାଫଳରେ ଯୁବାବସ୍ଥାରେ ଅକାଳରେ ଜୀବନ ଯାଉଛି  । ନିରିହା ଅଳ୍ପ ବୟସର ଝିଅ ବିଧବା ହେବା ସହିତ ଛୋଟଛୋଟ ପିଲା ପିତୃହରା ହେଉଛନ୍ତି  । ପରିବାର ଉଜୁଡୁଛି, ତେଣୁ ଓଡ଼ିଶାରେ ମଦମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ରରେ ଓଡ଼ିଶାରେ ମଦକୁ ବ୍ୟାନ କରିବା ସହିତ ନିଶା ଉପରେ ଅଙ୍କୁଶ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ଦସ୍ତଖତ କରାଯାଇଥିଲା । ଏହି ଅବସରରେ ସମାଜସେବୀ ତଥା କବି ଅମରେନ୍ଦ୍ର ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ମାନସ ମିଶ୍ର, ଅକ୍ଷୟ ବେହେରା ପ୍ରମୁଖ ବହୁ ଯୁବସମାଜସେବୀ ସହଯୋଗ କରିଥିଲେ ।