ଘରେ ପଶି ମହିଳାଙ୍କୁ ଅସଦାଚରଣ ବେଳେ ବଞ୍ଚାଇଲେ ସ୍ୱାମୀ

ଭୁବନେଶ୍ୱର,୯ ।୯ : ଘରେ ଏକୁଟିଆ ରହିଥିବା ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ ବେଳେ, ପହଞ୍ଚିଗଲେ ସ୍ୱାମୀ । ସ୍ତ୍ରୀକୁ ଅଭିଯୁକ୍ତ କବଳରୁ ବଞ୍ଚାଇବା ସହ ଏକ କାଠଫାଳିଆରେ ଆକ୍ରମଣ ଫଳରେ ଅଭିଯୋଗକାରୀ ଆହତ ହେବା ସହ ଅଭିଯୁକ୍ତର ମଧ୍ୟ ହାତ ଭାଙ୍ଗିଲା । ପରେ ଅଭିଯୁକ୍ତକୁ କାବୁ କରି ଭରତପୁର ଥାନାରେ ଜିମା ଦେବା ସହ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଫୁଲେଶ୍ୱରୀ ବସ୍ତିର ଅରୁଣ ସେଠୀ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ନିଜ ପରିବାର ସହ ଫୁଲେଶ୍ୱରୀ ବସ୍ତିରେ ରୁହନ୍ତି । ଗତ ୭ ତାରିଖ ସକାଳେ ଘରେ କେହି ନଥିବା ବେଳେ, ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶି ମହିଳାଙ୍କୁ ଜୋରଜବରଜସ୍ତ ଅସଦାଚରଣ କରିବା ସହ ଗାଳିଗୁଲଜ କରିଥିଲା । ଏହି ସମୟରେ ଅଭିଯୋଗକାରିଣୀ ତାଙ୍କ ସ୍ୱାମୀକୁ ଫୋନକରି ଜଣାଇଥିଲେ । ଖବର ପାଇ ସ୍ୱାମୀ ଘରେ ପହଞ୍ଚି ସ୍ତ୍ରୀକୁ ଅଭିଯୁକ୍ତ କବଳରୁ ଉଦ୍ଧାର କରିବା ସହ ଏକ କାଠଫାଳିଆରେ ଆକ୍ରମଣ କରିଥିଲେ । ଫଳରେ ଅଭିଯୁକ୍ତର ହାତ ଭାଙ୍ଗିଯାଇଥିଲା । ଏହି ସମୟରେ ଅଭିଯୁକ୍ତ ମଧ୍ୟ ସେହି କାଠଫାଳିଆରେ ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିବା ସହ ତାଙ୍କୁ ପ୍ରଥମେ ଏମ୍ସ ହସ୍ପିଟାଲ ପରେ ମଣିପାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାକୁ ନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଅଭିଯୁକ୍ତ ମଧ୍ୟ ଏକ ଅଭିଯୋଗ ଅଭିଯୋଗକାରିଙ୍କ ବିରୋଧରେ ଏକ ଏତଲା ଦେଇଥିବା ଜଣାପଡ଼ିଛି ।