ବିସ୍ଥାପନ, ଥଇଥାନ ଦିଗହରା; ବିସ୍ଥାପିତଙ୍କ ଜୀବନ ଜୀବିକା ବିପନ୍ନ

ବିସ୍ଥାପନ, ଥଇଥାନ ଦିଗହରା; ବିସ୍ଥାପିତଙ୍କ ଜୀବନ ଜୀବିକା ବିପନ୍ନ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କଲେ । ଆଉ ପ୍ରକଳ୍ପକୁ କେନ୍ଦ୍ର କରି ଅନେକ ଗ୍ରାମବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଲା । କିନ୍ତୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବର୍ତ୍ତମାନ ବାଘ ସଂଖ୍ୟା କେତେ ତାହା କେବଳ ବନ ବିଭାଗକୁ ହିଁ ଜଣା । ମାତ୍ର ବାଘ ପାଇଁ ଭିଟା ମାଟି ହରେଇଥିବା ରାଇଗୁଡା ଆଦିବାସୀ ଗ୍ରାମବାସୀଙ୍କ ସେମାନଙ୍କ ପାଇଁ ବଇରୀ ସାଜିଛି । ସେ ନେଇ ଏବେ ସାରା ବିସ୍ଥାପିତ ଆଦିବାସୀ ପରିବାର ଚିନ୍ତା ଓ ଦ୍ୱନ୍ଦରେ ଥିବା ଜଣା ପଡ଼ିଛି । ସଂପୂର୍ଣ୍ଣ ଭାବେ ମୌଳିକ ଅଧିକାରରୁ ବଞ୍ଚିତ ଏବେ ନୂଆ ରାଇଗୁଡା ବାସିନ୍ଦା । ବନ ବିଭାଗର ଖାମଖିଆଲ୍‌ ଓ  ଠକିବା ମନୋଭାବ କାରଣରୁ ଆଜି ମୌଳିକ, ସାମ୍ବିଧାନିକ ଓ ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ସାତକୋଶିଆ  ପ୍ରଜା ସୁରକ୍ଷା ସମିତିର ସଭାପତି ନବ କିଶୋର ବିଶୋଇ ପ୍ରକାଶ କରିବା ସହ ବନ ବିଭାଗ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଛନ୍ତି ।
      ମୌଳିକ ସୁବିଧା କରା ନ ଯାଇଛି ସେମାନଙ୍କର ରହିଥିବା ଅଧିକାରକୁ କୌଣସି ପରିବର୍ତ୍ତନ ନ କରିବାକୁ ଆଇନଗତ ନିର୍ଦ୍ଦେଶ ରହିଅଛି ।ଗ୍ରାମବାସୀଙ୍କ ପାଇଁ ରହିଥିବା କ୍ଷତିପୂରଣ ବ୍‌ଯବସ୍ଥାରେ ପ୍ରତ୍‌ଯେକ ପରିବାରକୁ ୨ ହେକ୍ଟର୍‌ କୃଷିକରଣ ଜମି ଉନ୍ନତି  କରାଯାଇ ଯୋଗାଇ ଦେବାକୁ ବ୍‌ଯବସ୍ଥା ରହିଛି । ମାତ୍ର ବନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିସ୍ଥାପନ କମିଟିରେ ଏ ସବୁ ରହିଥିବା ସୁବିଧାକୁ ଜାଣିଶୁଣି ଆଲୋଚନାକୁ ଆଣି ନାହିଁ । ଏପରିକି ଗ୍ରାମବାସୀଙ୍କର କିଭଳି କୃଷି ଜମିର ସୁବିଧା ହୋଇ ପାରିବ କୌଣସି କାର୍ଯ୍ୟକ୍ରମ ହାତକୁ ନେଇ ନାହିଁ । ଗ୍ରାମବାସୀଙ୍କର କ୍ଷତିପୂରଣ ପ୍ୟାକେଜ୍‌ ଟଙ୍କା ଏକ ଶିଳ୍ପାଞ୍ଚଳ ପରିସର ଦୂର ଜାଗାରେ ଥିବା ବ୍ୟାଙ୍କ ରେ ଜମା କରା ଯାଇଥିବାରୁ ଗ୍ରାମବାସୀ ବ୍ୟାଙ୍କର ପ୍ରକୃତ ସୁବିଧା ପାଇ ପାରିଲେ ନାହିଁ । ବ୍ୟାଙ୍କ ଧାଇଁ ଧାଇଁ ନୟାନ୍ତ ହେବା ସହ ଖର୍ଚ୍ଚାନ୍ତ । ସମୟ ଅକାରଣରେ ଅକାରଣରେ ଜଇଥିଲା । ପୁନଃବସତି ସ୍ଥାପନ ହୋଇଥିବା ରାଇଗୁଡା ଆଦିବାସୀ ସମୂହ ସର୍ବସ୍ୱ ହରାଇ ଏକ ପ୍ରକାର ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଗାଁର ସାମାଜିକ ବ୍ୟବସ୍ଥା, ଭାଇଚାରା,ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମବାସୀ ହରାଇ ବସିଛନ୍ତି ।  ବିସ୍ଥାପନ ଯୋଜନାରେ ଆଦିବାସୀମାନଙ୍କୁ ବନ ବିଭାଗ ଜାଣିଶୁଣି ଠକିଛି । ବିସ୍ଥାପନ, କ୍ଷତିପୂରଣ, ଥଇଥାନ ଓ ପୁନଃବସତି କାର୍ଯ୍ୟକ୍ରମ ଆଇନ ଆଧାରିତରେ ହୋଇ ନ ଥିବାକୁ ଦୃଢ଼ ନିନ୍ଦା କରାଯାଇଛି । ବିସ୍ଥାପନରେ ବନ ବିଭାଗର ରହୁଥିବା ଅଭିଜ୍ଞତାକୁ ପାଥେୟ କରି ଯାହାକି ଆଇନ ଅନୁପାଳନକୁ ଉପେକ୍ଷା କରି ସଫଳତା ଭାବିବା ଏକ ପ୍ରକାର ନିର୍ବୋଧତା ବୋଲି ପ୍ରଜା ସୁରକ୍ଷା ଦାବି କରିଛନ୍ତି । ରାଇଗୁଡା ଭଳି ଟୁଲୁକା ଓ ଅଶନବାହାଳ ଗ୍ରାମ ବିସ୍ଥାପନରେ ବନ ବିଭାଗ ଜାଣିଶୁଣି ଭୁଲ କରୁଥିବାକୁ ଶ୍ରୀ ବିଶୋଇ ଦୃଢ଼ ନିନ୍ଦା କରିଛନ୍ତି । ଗରିବ ଆଦିବାସୀ ଅନୁସୂଚିତ ଜାତି ଓ ଅଣ ଆଦିବାସୀ ବନବାସୀଙ୍କର ସରଳତାର ସୁଯୋଗ ନେଇ ବନ ବିଭାଗ ଗାଁ ଗାଁରେ ବିଭାଜନ କରି ସ୍ୱେଚ୍ଛାକୃତ ଗ୍ରାମ ବିସ୍ଥାପନ ନାମରେ କରୁଥିବା ହୀନ ଚକ୍ରାନ୍ତକୁ ଦୃଢ଼ ପ୍ରତିବାଦ କରିବା ସହ ସଠିକ୍‌ କ୍ଷତିପୂରଣ ନ ଦେଇ ବିସ୍ଥାପିତ କଲେ ବନ ବିଭାଗକୁ ଉଚିତ ଜବାବ ଦିଆଯିବ ବୋଲି ପ୍ରଜା ସୁରକ୍ଷା ଚେତାବନୀ ଦେଇଛି ।