ମାତୃଜାତିର ଅସମ୍ମାନ ବିଜେଡିର ଚରିତ୍ର: ଐଶ୍ୱର୍ଯ୍ୟା 


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ପବିତ୍ର ବିଧାନସଭା ଗୃହରେ ବାଚସ୍ପତିଙ୍କ ଉପରେ ଆକ୍ରମଣ ଭଳି ସ୍ଥିତି ସୃଷ୍ଟି କରି ଜଣେ ମହିଳାଙ୍କ ଉପରେ ବିଜେଡି ବିଧାୟକଙ୍କ ବ୍ୟବହାର/ଆଚରଣ ଅତ୍ୟନ୍ତ ଲଜ୍ଜାଜନକ, ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ମହିଳା ବାଚସ୍ପତିଙ୍କୁ ସର୍ବାଧିକ ସମ୍ମାନ ଦେବା ବଦଳରେ ବିରୋଧୀ ଦଳର ଏପରି ବ୍ୟବହାର ସମଗ୍ର ଓଡ଼ିଶାବାବାସୀଙ୍କୁ ବ୍ୟଥିତ କରିଛି  । ମହିଳାମାନଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର  । ଗତ ୨୪ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅପରାଧ ସୀମା ଲଂଘିଥିଲା  । ବିଜେଡି ସରକାର ସମୟରେ ମହିଳାଙ୍କ ପ୍ରତି ଯେଉଁ ଭଳି ଅପରାଧ ହୋଇଥିଲା, ବୋଧହୁଏ ଅନ୍ୟ କୌଣସି ରାଜ୍ୟରେ ସେପରି ହୋଇ ନ ଥିଲା । ଏହି ସରକାର ସମୟରେ ସାଇବର କ୍ରାଇମଠାରୁ ଆରମ୍ଭ କରି ଅନ୍ୟାନ୍ୟ ମହିଳା ବିରୋଧୀ ଅପରାଧିକ କାର୍ଯ୍ୟକଳାପରେ ଓଡ଼ିଶା ଏକ ନମ୍ବର ଥିଲା  । ବିଜେଡି ଦଳ ସବୁବେଳେ ମହିଳାଙ୍କୁ ଅସମ୍ମାନ କରିଛି  । ସେଥିପାଇଁ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି  ।
ଡା ବିଶ୍ୱାଳ କହିଛନ୍ତି ଯେ, ଗତ ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାକୁ ବିଜେଡି ନିଜର ଜାଗିର ବୋଲି ଭାବୁଥିଲା । କ୍ଷମାତାଚୁ୍ୟତ ହେବାପରେ ଦଳ ତାକୁ ସହଜରେ ଗ୍ରହଣ କରି ନ ପାରି ଗୃହରେ ନିଜର ହତାଶାଭାବ ପ୍ରଦର୍ଶିତ କରିଛି  । ମହିଳାମାନଙ୍କୁ ଅସମ୍ମାନ କରିବା ସେମାନଙ୍କ ସ୍ୱଭାବ ହୋଇଥିବାରୁ ଆଜି ମହିଳା ବାଚସ୍ପତିଙ୍କୁ ମାଡ ମାରିବା ପାଇଁ ବିଜେଡି ଦଳର ବିଧାୟକମାନେ ପୋଡିୟମ ଉପରକୁ ଚଢ଼ି ଆସିଥିଲେ । ସଭ୍ୟ ସମାଜରେ ମହିଳା ବାଚସ୍ପତିଙ୍କ ଉପରକୁ ଏପରି ଆକ୍ରମଣ ସହଜରେ ଗ୍ରହଣ କରାଯାଇ ନ ପାରେ  । ବିଧାନସଭା ଗୃହ ଭିତରେ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେଉ ନ ଥିବା ଦଳ ନିଜ ବିଧାନସଭା କ୍ଷେତ୍ରରେ କିପରି ମହିଳାଙ୍କୁ ସମ୍ମାନ ଦେଉଥିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ଭାରତୀୟ ଜନତା ପାର୍ଟି ଏବଂ ଓଡିଶାବାସୀ ତୀବ୍ର ନିନ୍ଦା କରୁଛନ୍ତି । ଏଭଳି ସ୍ଥିିତିରେ ବିଜେଡିର ମହିଳା ବିଧାୟକମାନେ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି  । ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିରବତା ତାଙ୍କ ଅସହାୟତାକୁ ପ୍ରକଟ କରୁଛି  । 
ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ସବୁବେଳେ ସବୁ ବିଷୟରେ ବିତର୍କ ପାଇଁ ପ୍ରସ୍ତୁତ  । ଯଦି ଗୃହ ଚାଲନ୍ତା ମଦ ମୃତୁ୍ୟ ପ୍ରସଙ୍ଗରେ ସବୁ ଦଳର ସଦସ୍ୟମାନେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରିପାରିଥାନ୍ତେ  । ମାତ୍ର ଏଭଳି ନ କରି ଗୃହ ଚାଳିଥିବା ସମୟରେ ବିଜେଡି  ଦଳ ଯେଉଁଭଳି ହିଂସ୍ର ଆଚରଣ କଲେ ସେଥିରୁ କିଛି ଲୁଚାଇବାକୁ ଚେଷ୍ଟା କରାଯାଉଥିବା ପ୍ରତୀୟମାନ ହେଉଛି  । ଗତ ୨୪ ବର୍ଷ ଧରି ବେଆଇନ ମଦ କାରବାର ମାଧ୍ୟମରେ ଦଳୀୟ ଚାନ୍ଦା ଓ ଦଳର ନେତାଙ୍କ ହାତ ପାଣ୍ଠି ବିଜେଡି ଯୋଗାଡ କରିଛି  । ଏଣୁ ମଦ ମୃତୁ୍ୟ ଘଟଣାରେ ସତ୍ୟ ସାମ୍ନାକୁ ଆସୁ ବୋଲି ସେମାନେ ଚାହୁନାହାଁନ୍ତି  । ସତ ଲୁଚାଇବା ପାଇଁ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନିତ କରିବାକୁ ସେମାନେ ଉଦ୍ୟମ କରିଛନ୍ତି  । ତାଙ୍କ ନେତା ନବୀନ ପଟ୍ଟନାୟକ ନିଦେ୍ର୍ଦଶରେ ଦଳର ବିଧାୟକମାନେ ଏପରି ଘଟଣା ଘଟାଇଛନ୍ତି  । ମହିଳାଙ୍କୁ ଏପରି ଆକ୍ରମଣ କରିଥିବାରୁ, ବିଜେଡି ତଥା ବିରୋଧୀ ଦଳ ନେତା ନବୀନ ତାଙ୍କୁ ଆସି କ୍ଷମା ମାଗନ୍ତୁ  । ଜଗନ୍ନାଥ ସଂସ୍କୃତିରେ ସବୁବେଳେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ  । ଏହାକୁ ଦୃଷ୍ଟିରେ ରଖି ବିଧାୟକ ଓ ନେତାମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତୁ ବୋଲି ଡା. ବିଶ୍ୱାଳ ଅନୁରୋଧ କରିଛନ୍ତି  । ଏହି ଅବସରରେ ମହିଳାମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ଡ. ପ୍ରୀତିପ୍ରତିଭା ଭୋଳ, ଡ. ରଞ୍ଜିତା ସେଠୀ ଓ ସାଧାରଣ ସମ୍ପାଦକ  ରଶ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ  ।