ସବୁ ଅଭିଯୋଗ ପାଇଁ ଗୋଟିଏ ନଂ ଜାରି ହେଉ: ଅଭିଭାବକ ମହାସଂଘ
ଭୁବନେଶ୍ୱର: ଏଫ୍ଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପରିପ୍ରେକ୍ଷୀରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ତରବରିଆ ଭାବେ ଅଭିଯୋଗ ପାଇଁ ବିଭିନ୍ନସ୍ତରରେ ଅନେକ ଟୋଲ୍ ଫ୍ରି ନମ୍ୱର ଜାରି କରାଯାଇଛି । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଦ୍ୱନ୍ଦ୍ୱରେ ପଡ଼ିବେ । ତେଣୁ ସମସ୍ତ ଅଭିଯୋଗ ପାଇଁ ଗୋଟିଏ ଟୋଲଫ୍ରି ନମ୍ବର ଜାରି କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି । କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ଦାବି କରାଯାଇଛି ।
ତେବେ କର୍ମସ୍ଥଳୀରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ, ୨୦୧୩ ଅନ୍ତର୍ଗତ ନିଦେ୍ର୍ଦଶ ଜାରି କରାଯାଇଛି ବୋଲି ସ୍ୱତନ୍ତ୍ର ଚିଠି ସମସ୍ତ ଡିଇଓଙ୍କୁ ଦିଆଯାଇଛି । ଆଦେଶର ସଠିକ କାର୍ଯ୍ୟାନ୍ୱୟନ ସମୀକ୍ଷା କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ସମସ୍ତ ଶିକ୍ଷା ପ୍ରତିଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତୁରନ୍ତ ଗଠନ ଏବଂ ପୁରାତନ କମିଟିର ପୁନଃଗଠନ ନିଶ୍ଚିତ କରିବାକୁ କୁହାଯାଇଛି । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଓଡିଶା ଅଭିଭାବକ ମହାସଂଘ କହିଛି । ବିଦ୍ୟାଳୟ ଏବଂ ଆବାସିକ ଛାତ୍ରାବାସର ପ୍ରମୁଖ ସ୍ଥାନରେ ବା କାନ୍ଥରେ ଓÿ ନୋଟିସ ବୋର୍ଡ ନିକଟରେ ହେଲ୍ପଲାଇନ୍ ନମ୍ବର ଗୁଡ଼ିକ ପ୍ରଦର୍ଶିତ ପାଇଁ କୁହାଯାଇଛି । ମହିଳା ହେଲ୍ପଲାଇନ୍-୧୮୧, ୨. ଶିଶୁ ସହାୟତା କେନ୍ଦ୍ର-୧୦୯୮, ୩. ପୁଲିସ ହେଲ୍ପଲାଇନ୍ -୧୧୨ ସ୍କୁଲ ଛାତ୍ର ଛାତ୍ରୀ ହେଲ୍ପଲାଇନ୍ -୧୮୦୦୩୪୫୬୭୨୨ ଏପରି ଅନେକ ନମ୍ବର ସମସ୍ତଙ୍କୁ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସ୍ୱାଭାବିକ । ଯେହେତୁ ସମସ୍ତେ ଏତେ ପରିମାଣରେ ସଚେତନ ନୁହନ୍ତି ତେଣୁ ଏତେ ଗୁଡିଏ ନମ୍ବର ଛାଡି ଗଣଶିକ୍ଷା ବିଭାଗର ଅପରାଧିକ କାର୍ଯ୍ୟକଳାପ ବିରୁଦ୍ଧରେ ଅଭିଯୋଗ ପାଇଁ ୩ କିମ୍ବା ୪ଅଙ୍କ ବିଶିଷ୍ଟ ତୁରନ୍ତ ଗୋଟିଏ ଟୋଲଫ୍ରି ନମ୍ବର ଜାରି ପାଇଁ ମହାସଂଘ ଦାବି କରିଛି ।